ସନ୍ତ ଶିରୋମଣୀ ଶ୍ରୀ ଗୁରୁ ରବି ଦାସଙ୍କ ୬୫୦ ତମ ଜନ୍ମ ଜୟନ୍ତୀ ପାଳିତ

Pradeep Kar

ବ୍ରହ୍ମପୁର, ଆଜି ତା ୨୯/୦୭/୨୦୨୬ ରିଖ ହରିଡାଖଣ୍ଡି ରୋଡ ୱାର୍ଡ ନମ୍ବର ୨ ଦଣ୍ଡାସି ସାହି କୋଠ ଘୋର ଠାରେ ପବିତ୍ର ବ୍ୟାସ ପୂର୍ଣ୍ଣିମା ତିଥିରେ ସନ୍ତ ଶିରୋମଣି ଗୁରୁ ରବି ଦାସଙ୍କ ୬୫୦ ତମ ଜନ୍ମ ବର୍ଷିକୀ ସମରସ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ରେ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ଶ୍ରୀ ତ୍ରିନାଥ ନାୟକଙ୍କ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ମୋହନ ନାୟକ ପୁରାତନ ଛାତ୍ରଛାତ୍ରୀ ସ୍ମୁତୀ କମିଟି ସଭାପତି ଶ୍ରୀ ସୁରେନ୍ଦ୍ର ନାୟକଙ୍କ ବକ୍ତବ୍ୟରେ ଗୁରୁ ରବି ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ସମ୍ମାନିତ ଅତିଥି ଶ୍ରୀମତୀ ମଞ୍ଜୁ ନାୟକଙ୍କ ବକ୍ତବ୍ୟରେ ଅନୁସୂଚିତ ଜାତି ର ଏକତା ପାଇଁ ମତ ପ୍ରକାଶ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ କବିରାଜ ନାୟକ,ନିରଞ୍ଜନ ନାୟକ,ସୁନିତା ନାୟକ,ପରେଶ ନାୟକ,ଅମର ନାୟକ,ସନ୍ତାସିନୀ ନାୟକ,ସୁମିତ୍ରା ସାହୁ,ଅର୍ପିତା ନାୟକ ଙ୍କ ସହ ବହୁ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ। ଶେଷରେ ସନ୍ତାସିନୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Also Read

Tags