ସମାଜ ସଂସ୍କାରକ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ତିରୋଧାନ ଦିବସରେ ସ୍ମରଣ ସଭା

Pradeep Kar

ବ୍ରହ୍ମପୁର, ତା. ୨୯.୦୭.୨୦୨୬ରିଖ ମହାନ୍ ସମାଜ ସଂସ୍କାରକ, ନାରୀ ଶିକ୍ଷାର ପ୍ରଣେତା ତଥା “ଦୟାର ସାଗର” ନାମରେ ପରିଚିତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଆଜି ୧୩୫ତମ ତିରୋଧାନ ଦିବସରେ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ୍ ଠାରେ ସମିତି ସମ୍ପାଦକ ଏସ.ସାମ୍ବସିବା ରାଓଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି l ୧୮୯୧ ମସିହା ଜୁଲାଇ ୨୯ ତାରିଖରେ ବିଦ୍ୟାସାଗରଙ୍କ ଦେହାନ୍ତ ହୋଇଥିଲା। ୨୬ ସେପ୍ଟେମ୍ବର ୧୮୨୦ ମସିହାରେ ପଶ୍ଚିମବଙ୍ଗର ବୀରସିଂହ ଠାରେ ତାଙ୍କ ଜନ୍ମ l କଲିକତାର ସଂସ୍କୃତ କଲେଜରେ ସେ ଶିକ୍ଷା ଲାଭ କରିଥିଲେ ଓ ଅତ୍ୟନ୍ତ ପାଣ୍ଡିତ୍ୟ ପାଇଁ ସେ “ବିଦ୍ୟାସାଗର” ଉପାଧି ପାଇଥିଲେ l ମହିଳାମାନଙ୍କ ପାଇଁ ୩୫ଟି ବାଳିକା ବିଦ୍ୟାଳୟ ସେ ପ୍ରତିଷ୍ଠା କରିଥିଲେ l”ବର୍ଣ୍ଣପରିଚୟ” ପୁସ୍ତକ ମାଧ୍ୟମରେ ବଙ୍ଗଳା ବର୍ଣ୍ଣମାଳାକୁ ସେ ସରଳ କରିଥିଲେ l ୧୮୫୬ ମସିହାରେ ବିଧବା ବିବାହ ଆଇନ ପ୍ରଣୟନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ବହୁବିବାହ, ବାଳ ବିବାହ , ସମସ୍ତ ପ୍ରକାର ଅନ୍ଧବିଶ୍ଵାସ ଓ ଅବୈଜ୍ଞାନିକ ଚିନ୍ତା ଚେତନା ବିରୁଦ୍ଧରେ ସେ ଆଜୀବନ ଆନ୍ଦୋଳନ କରିଥିଲେ l ଗରିବ, ଅନାଥ ଓ ଦୁଃଖୀଙ୍କ ସେବା ପାଇଁ ତାଙ୍କୁ “ଦୟାର ସାଗର” କୁହାଯାଏ। ଶିକ୍ଷା ହିଁ ସମାଜର ମୁକ୍ତିର ଚାବି ଓ ମହିଳାମାନେ ଶିକ୍ଷିତ ହେଲେ ହିଁ ଜାତି ଶିକ୍ଷିତ ହେବ ବୋଲି ସେ ସବୁବେଳେ କହୁଥିଲେ l ଆଜିର ଏହି ସ୍ମୃତି ସଭାରେ ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, ଶିକ୍ଷକ ସଙ୍ଗଠନ ନେତା ଅଶୋକ କୁମାର ଦଳାଇ, ଆପ୍ ନେତା ଆଦିତ୍ୟ ନାରାୟଣ ରଥ, ଜଗନ୍ନାଥ ପାଢ଼ୀ, ନାଟ୍ୟକାର ତଥା ସିପିଆଇ ର ରବୀନ୍ଦ୍ର କୁମାର ନାୟକ, ଅବନୀ ଗୟା ପ୍ରମୁଖ ଆଲୋଚକ ଭାବେ ଅଂଶ ଗ୍ରହଣ କରିଥିଲେ l

Also Read

Tags