ବ୍ରହ୍ମପୁର, 0୧l0୮ : ଷଷ୍ଟିପୂର୍ତ୍ତି ସେବାନିବୃତ୍ତି ପରିପ୍ରେକ୍ଷୀରେ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର୍ ଦେବରାଜ ସ୍ୱାଇଁଙ୍କୁ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ତରଫରୁ ଉଚ୍ଛ୍ୱସିତ ମେଲାଣି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଶୁକ୍ରବାର ପୂର୍ବାହ୍ଣରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ସ୍ନାତକୋତ୍ତର ଇଂରାଜୀ ବିଭାଗ ମୁଖ୍ୟ ଡ. ଆନନ୍ଦ ସେଠୀ ପୌରୋହିତ୍ୟ କରିଥିଲେ l ଆମନ୍ତ୍ରିତ ଅତିଥି ରୂପେ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ଭାଷାବିଜ୍ଞାନ ଓ ପ୍ରାକୃତିକ ଭାଷା ସଂସାଧନ ବିଭାଗ ପରିଦର୍ଶୀ ସହକାରୀ ପ୍ରଫେସର୍ ଡ. କୁଳମଣି ଓଝା ଯୋଗଦେଇ ସହାଧ୍ୟାୟୀ ବନ୍ଧୁ ତଥା ବିଦାୟୀ ଅଧ୍ୟକ୍ଷ ଡ. ସ୍ୱାଇଁଙ୍କ ଛାତ୍ରାବସ୍ଥାରୁ ଅଧ୍ୟାପକ ଓ ଅଧ୍ୟାପକରୁ ଅଧ୍ୟକ୍ଷ ପଦ ଅଳଙ୍କରଣ ପର୍ଯ୍ୟନ୍ତ ତାଙ୍କର ସାଧନାନିଷ୍ଠ ଶୈକ୍ଷିକ ଜୀବନ ସଂପର୍କରେ ଆଲୋକପାତ କରିବା ସହ ତାଙ୍କୁ ଜଣେ ସଦାସ୍ମିତ, ପରିହାସପ୍ରିୟ, ଖୋଲା ହୃଦୟର ମଣିଷ ଓ ଇତିହାସର ଛାତ୍ରବତ୍ସଳ ଗୁଣୀ ଅଧ୍ୟାପକ ରୂପେ ଅଭିହିତ କରିଥିଲେ l ସ୍ଥାନୀୟ ଶଶିଭୂଷଣ ରଥ ସରକାରୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ତେଲୁଗୁ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର୍ ଡ. କେ. ନାରାୟଣ ରାଓ ଅନ୍ୟତମ ଅତିଥି ରୂପେ ବିଦାୟୀ ଅଧ୍ୟକ୍ଷ ଡ. ସ୍ବାଇଁଙ୍କ ଜୀବନାଦର୍ଶ ଓ ମହନୀୟ ଗୁଣାବଳୀ ସଂପର୍କରେ କହିଥିଲେ l ଆରମ୍ଭରେ ଉତ୍ସବର ସଭାପତି ଡ. ଆନନ୍ଦ ସେଠୀ ପ୍ରାକ୍-ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପ୍ରାଶାସନିକ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ମୁଖ୍ୟ କମଳାକାନ୍ତ ନାୟକ ଓ ହିନ୍ଦୀ ବିଭାଗ ମୁଖ୍ୟ ଗଙ୍ଗାଧର ବେହେରା ପ୍ରମୁଖ ମଞ୍ଚମଣ୍ଡନ କରିବା ସହ ଇତିହାସ ବିଭାଗର ଜଣେ କୃତବିଦ୍ୟ ଅଧ୍ୟାପକ ଓ ବିଦ୍ୱାନ୍ ବିଶାରଦ ରୂପେ ଡ. ସ୍ୱାଇଁଙ୍କୁ ବର୍ଣ୍ଣନା କରିବା ସହ କଥା ଓ ଲେଖାରେ ଅଭିଜାତ ବିଦଗ୍ଧ ଇଂରାଜୀ ଭାଷା ପ୍ରୟୋଗରେ ପାରଦର୍ଶିତା ବିଷୟ ଉଲ୍ଲେଖ କରିଥିଲେ l ଏହି ଅବସରରେ ଅଧ୍ୟକ୍ଷ ଡ. ସ୍ବାଇଁକୁ ଅଙ୍ଗବସ୍ତ୍ର, ଉପହାର, ଚାରାଗଛ ଓ ପ୍ରଶସ୍ତିପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ଡ. ମଧୁସ୍ମିତା ଦାସ, ଓଡ଼ିଆ ବିଭାଗ ମୁଖ୍ୟ ଡ. ରବୀନ୍ଦ୍ର କୁମାର ପଣ୍ଡା, ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଡ. ରୋଶନୀ ସାହୁ, ରସାୟନବିଜ୍ଞାନ ବିଭାଗ ମୁଖ୍ୟ ଡ. ବନଲତା ସାହୁ, ଅର୍ଥନୀତି ବିଭାଗ ମୁଖ୍ୟ ଡ. ଶିବାନୀ ମିଶ୍ର, ଉଦ୍ଭିଦବିଜ୍ଞାନ ବିଭାଗ ମୁଖ୍ୟ ଡ. ମାଲା ମିଲିୟନ୍, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ. ଚିତ୍ତରଞ୍ଜନ ମହାନ୍ତି, ବାଣିଜ୍ୟ ବିଭାଗ ସହକାରୀ ପ୍ରଫେସର୍ ଶଙ୍କର ପ୍ରସାଦ ମହାପାତ୍ର, ଗଣିତ ବିଭାଗ ସହକାରୀ ପ୍ରଫେସର୍ ଡ. ସୁଧାନନ୍ଦ ମହାରଣା, ଓଡ଼ିଆ ବିଭାଗ ସହକାରୀ ପ୍ରଫେସର୍ ଡ. ସୁଶାନ୍ତ କୁମାର ପରିଡ଼ା, ଡ. ଶୁଭଶ୍ରୀ ଅପରାଜିତା, ଡ. ସୁଶାନ୍ତ କୁମାର ଵୀରୋ, କାର୍ଯ୍ୟାଳୟ ମୁଖ୍ୟ ବାଲ୍ମୀକି ସାହୁ, ଡ. ମଧୁମିତା ନାୟକ, ଡ. ଅଚ୍ୟୁତ ବିଶ୍ୱାଳ, ଡ. ଅଶ୍ବିନ କୁମାର ରାଉତ, ଅଧ୍ୟାପିକା ସ୍ନେହାସିନୀ ପ୍ରଧାନ, ଡ. ବନଜ କୁମାର ନାୟକ, ଅତିଥି ଅଧ୍ୟାପକ ଟି. ସୀମାଞ୍ଚଳ ପାତ୍ର, ଅତିଥି ଅଧ୍ୟାପକ ଟି. ଗଣେଶ ପ୍ରମୁଖ ବ୍ୟକ୍ତିତ୍ୱର ନାନା ଦିଗ ସଂପର୍କରେ କହିବା ସହ ଡ. ସ୍ବାଇଁଙ୍କ ଦୀର୍ଘ ନିରାମୟ, ନୀରୋଗ, ସୁଖଶାନ୍ତିପ୍ରଦ ଉତ୍ତର ଜୀବନ କାମନା କରିଥିଲେ l ହିନ୍ଦୀ ବିଭାଗ ମୁଖ୍ୟ ଗଙ୍ଗାଧର ମେହେର ସଂଗୀତ ଗାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l
ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦେବରାଜ ସ୍ବାଇଁଙ୍କୁ ଷଷ୍ଟିପୂର୍ତ୍ତି ମେଲାଣି ସମ୍ବର୍ଦ୍ଧନା





