ଡ.ଆନନ୍ଦ ସେଠୀ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ

Pradeep Kar

ବ୍ରହ୍ମପୁର, 0୧l0୮ : ସ୍ନାତକୋତ୍ତର ଇଂରାଜୀ ବିଭାଗ ମୁଖ୍ୟ ଡକ୍ଟର୍ ଆନନ୍ଦ ସେଠୀ ସହର ଉପକଣ୍ଠ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଶୁକ୍ରବାର ସନ୍ଧ୍ୟାରେ ବିଦାୟୀ ଅଧ୍ୟକ୍ଷ ଡ. ଦେବରାଜ ସ୍ୱାଇଁ ବୃତ୍ତିଗତ ଅଧ୍ୟାପନା ଜୀବନରୁ ଅବ୍ୟାହତି ଗ୍ରହଣ କରିବା ସହ ବରିଷ୍ଠତା ଭିତ୍ତିରେ ଇଂରାଜୀ ବିଭାଗ ସହକାରୀ ପ୍ରଫେସର୍ (ସୋପାନ-୩) ଭାବେ କାର୍ଯ୍ୟରତ ଡ. ସେଠୀଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରିଥିଲେ l ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଗଣ ପୁଷ୍ପସ୍ତବକ ପ୍ରଦାନ ପୂର୍ବକ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସେଠୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l ଗଞ୍ଜାମ ଜିଲ୍ଲା କଙ୍କୋରଡ଼ା ଅଞ୍ଚଳରେ ଜନ୍ମିତ ଡ. ସେଠୀ ଇଂରାଜୀ ଭାଷା-ସାହିତ୍ୟର ଜଣେ କୃତବିଦ୍ୟ ଅଧ୍ୟାପକ ରୂପେ ପରିଚିତ l ଅଧ୍ୟାପନା ଜୀବନର ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସ୍ଥିତ ସରକାରୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟରେ ଗୋଟିଏ ଦଶକରୁ ଊର୍ଦ୍ଧ୍ଵ କାଳ ଅଧ୍ୟାପନା କରିବା ପରେ ସେ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ l ମହାବିଦ୍ୟାଳୟ ପ୍ରଶାସନ ସମ୍ବନ୍ଧରେ ତାଙ୍କର ବିଶେଷ ଅଭିଜ୍ଞତା ରହିଆସିଛି ଏବଂ ତାଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି ସହ ଶୈକ୍ଷିକ ବିକାଶ ତ୍ୱରାନ୍ୱିତ ହେବ ବୋଲି ମତପ୍ରକାଶ ପାଇଛି l

Also Read

Tags