ବ୍ରହ୍ମପୁରରେ ଠିକାଦାରଙ୍କ ମହାମିଳନ ନୀଳକଣ୍ଠେଶ୍ୱର ମନ୍ଦିରରେ ସାଧାରଣ ବୈଠକ

Pradeep Kar

ବ୍ରହ୍ମପୁର, ୨ ଅଗଷ୍ଟ: ବ୍ରହ୍ମପୁର ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ରବିବାର ବ୍ରହ୍ମପୁରର ସମସ୍ତ ଠିକାଦାର ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଏବଂ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏକ ବିଶାଳ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୨୦୦ରୁ ଅଧିକ ଠିକାଦାର ଯୋଗଦେଇ ସଂଗଠନର ସୁଦୃଢ଼ତା, ଠିକାଦାରଙ୍କ ସ୍ୱାର୍ଥର ସୁରକ୍ଷା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ସର୍ବସମ୍ମତିକ୍ରମେ ଆଗାମୀ ଦିନରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲା ର ସମସ୍ତ ସରକାରୀ ଟେଣ୍ଡର Schedule of Rate (SOR) ଅନୁଯାୟୀ ଦାଖଲ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହା ସହିତ ଠିକାଦାରଙ୍କ ଏକତା ଓ ସଂଗଠନର ଶକ୍ତିକୁ ଅଧିକ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ବ୍ରହ୍ମପୁର ଠିକାଦାର ସଂଘର ନୂତନ କମିଟି ଗଠନ କରାଯାଇଥିଲା। କମିଟିରେ ସଭାପତି ଭାବେ ଏନ୍. ଡ଼ମ୍ବୁରୁ ରେଡ୍ଡୀ, ଉପ-ସଭାପତି ଦେବାଶିଷ ସାହୁ, ସମ୍ପାଦକ ଯୁଧିଷ୍ଠିର ପାଢ଼ୀ, ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ସାହୁ, କୋଷାଧ୍ୟକ୍ଷ ଅମିତ କୁମାର ସାହୁ ଓ ଦିବାକର ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ସଭାପତି ଉମା ସାହୁ, ସମ୍ପାଦକ ଗୋପାଳ ରାଓ ଦୋରା ଏବଂ ଜିଲ୍ଲାର ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ବୈଠକରେ ଯୋଗଦେଇ ସଂଗଠନର ଭବିଷ୍ୟତ ରୂପରେଖା ଉପରେ ମତ ରଖିଥିଲେ।ବୈଠକ ଶେଷରେ ସମସ୍ତ ଠିକାଦାର ଏକ ସ୍ୱରରେ ସଙ୍କଳ୍ପ ନେଇ କହିଥିଲେ, “ଆମେ କାହାକୁ ଧକ୍କା ଦେବୁ ନାହିଁ, କିମ୍ବା ନିଜେ ଧକ୍କା ଖାଇବୁ ନାହିଁ। ସମସ୍ତ ଠିକାଦାରଙ୍କ ସ୍ୱାର୍ଥ, ସମ୍ମାନ ଓ ଅଧିକାରର ସୁରକ୍ଷା ପାଇଁ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବୁ।

Also Read

Tags