ବ୍ରହ୍ମପୁର, ୭ ଅଗଷ୍ଟ: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପେଣ୍ଡିଂ ବିଲ୍ ପରିଶୋଧ ଦାବିରେ ଶୁକ୍ରବାର ବହୁ ସଂଖ୍ୟକ ଠିକାଦାର ବିଇଏମସି କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ। ଠିକାଦାରମାନଙ୍କ ଅଭିଯୋଗ ଥିଲା ଯେ, ଗତକାଲି ରାତିରେ ସମସ୍ତ ଜୁନିଅର ଇଞ୍ଜିନିୟର (JE)ଙ୍କୁ ରିଲିଭ୍ କରାଯିବା ପରେ ବିଲ୍ ପରିଶୋଧ ପ୍ରକ୍ରିୟା ଅନିଶ୍ଚିତ ହୋଇପଡ଼ିଛି। ଧାରଣା ପରେ କମିଶନର ମହୋଦୟା ଠିକାଦାର ପ୍ରତିନିଧିଙ୍କ ସହ JE, SDO ଓ Executive Engineerମାନଙ୍କୁ ଡାକି ଏକ ବୈଠକ କରିଥିଲେ। ବୈଠକରେ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ୧୨ ଅଗଷ୍ଟ ସୁଦ୍ଧା ସମସ୍ତ କାମର ବିଲ୍ ପ୍ରସ୍ତୁତ (Bill Ready) କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।ଏହାସହ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରୁଥିବା JEମାନେ ଫାଇଲ୍ ପୁଟ୍-ଅପ୍ କରିବା ପରେ ପର୍ଯ୍ୟାୟକ୍ରମେ ସମସ୍ତ ପେଣ୍ଡିଂ ବିଲ୍ ପରିଶୋଧ କରାଯିବ ବୋଲି କମିଶନର ମହୋଦୟା ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। କମିଶନରଙ୍କ ଏହି ଆଶ୍ୱାସନ ପରେ ଠିକାଦାରମାନେ ପ୍ରଶାସନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ବିଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଶୀଘ୍ର ପରିଶୋଧ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।
ବିଇଏମସିରେ ଠିକାଦାରମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା, ପେଣ୍ଡିଂ ବିଲ୍ ପରିଶୋଧ ଦାବି





