ବ୍ରହ୍ମପୁର, ୭/୮: ଦିବ୍ୟଜୀବନ ସଂଘ ମହିଳା ଶାଖା ତରଫରୁ ସ୍ୱାମୀ ଶିବାନନ୍ଦ ସରସ୍ଵତୀ ମହାରାଜଙ୍କ ୬୩ତମ ମହାସମାଧ୍ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶାଖାର ବରିଷ୍ଠ ସଦସ୍ୟ ଅରୁଣ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ପ୍ରାତଃ ୫ଟା ସମୟରେ ବ୍ରହ୍ମ ମୁହୂର୍ଭ ଧ୍ୟାନ, ପ୍ରାର୍ଥନା, ଗୁରୁ ପାଦୁକା ପୂଜା, ଅର୍ଜନା ଆଦି କରାଯାଇଥିଲା । ଆଶ୍ରମ ର ଉପଦେଷ୍ଠା ରୀନା ପାଢି ଉକ୍ତ କାର୍ଯ୍ୟକ୍ରମରେ ସ୍ଵାମି ଶିବାନନ୍ଦ ସରସ୍ଵତୀ ମହାରାଜାଙ୍କ ଦିବ୍ୟଜୀବନ, ପରୋପକାର, ଆଦର୍ଶ, ନିଃସ୍ୱାର୍ଥପର ସେବା ଆଦିର ମହା ନୀୟତା ବିଷୟରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ବୁଝାଇଥିଲେ । ତାଙ୍କରି ଜୀବନର ଆଦର୍ଶକୁ ପାଥେୟ କରି ଜୀବନ ବିତାଇବା ପାଇଁ ପ୍ରବର୍ତ୍ତାଇଥୁଲେ। ସାଧନା ବଳରେ ସେ ନିଜେ ଭଗବତ ସାକ୍ଷାତକାର ପାଇ ଭଗବାନଙ୍କ ଠାରେ ଲୀନ ହୋଇଯାଇଥିଲେ । ତେଣୁ ଜୀବନରେ ଏହା ହିଁ ଏକ ମାତ୍ର ପନ୍ଥା ହେବା ଉଚିତ୍ ବୋଲି ଦର୍ଶାଇଥିଲେ । ଏହି ଅବସରରେ ଦିବ୍ୟଜୀବନ ସଙ୍ଘ, ଦକ୍ଷିଣାଞ୍ଚଳ ସମନ୍ବୟ ସମିତିର କୋଷାଧ୍ଯକ୍ଷ ଶାନ୍ତି ଭୂଷଣ ପଣ୍ଡାଙ୍କ ପ୍ରଚେଷ୍ଟାରେ ପ୍ରାୟ ୧୫୦୦ ଫଳ ଚାରା ଗାଁ ଗୁଡାକ ରେ ଘରକୁ ଘର ସବୁଜ ବଳୟ ବୃଦ୍ଧି ଉଦେଶ୍ୟ ରେ ବଣ୍ଟନ କରାଯାଇଥିଲା। ସ୍ଥାନୀୟ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଗୁରୁପୂର୍ଣ୍ଣିମା ଠାରୁ ପ୍ରତ୍ୟକ ଦିନ ସକାଳ ଗୁରୁ ପାଦୁକା ପୂଜା ଓ ସନ୍ଧ୍ୟା ସତସଙ୍ଗ ବହୁ ଭକ୍ତ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ସଂଘର ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ଦାସ, ସମ୍ପାଦିକା ସନ୍ଧ୍ୟା ରାଣୀ ପାଣିଗ୍ରାହୀ, ଶ୍ରୀନିବାସ ପାତ୍ର,ଲିପ୍ସାବାଳା ସାହୁ, ସୁଜାତା ପଟ୍ଟନାୟକ, ସରସ୍ଵତୀ ପାଣିଗ୍ରାହୀ, ସକୁନ୍ତଳା, ମମତା ମହାପାତ୍ର, ପ୍ରବୀଣା ମିଶ୍ର, କ୍ରିଷ୍ଣା ଦୋରା, ଅଶୋକ ମହଲା ଓ ବରିଷ୍ଠ ସଦସ୍ୟମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।
Home » ସ୍ୱାମୀ ଶିବାନନ୍ଦ ମହାସମାଧି ଦିବସ ରେ ବୃ୍ଷରୋପଣ
ସ୍ୱାମୀ ଶିବାନନ୍ଦ ମହାସମାଧି ଦିବସ ରେ ବୃ୍ଷରୋପଣ





