ଲେବର କୋଡ଼ ବାତିଲ କର, ଚାଷୀ ଫସଲ ପାଇଁ msp ଲାଗୁକର, ଦର ବୃଦ୍ଧି ବନ୍ଦ କର, ବେକରଙ୍କୁ ନିଯୁକ୍ତି ଦିଅ ,ଶିକ୍ଷା ବ୍ୟବସ୍ଥାରେ ସୁଧାର ,ପୁରୁଣା ପେନସନ ଲାଗୁକର ଓ ମହିଳାଙ୍କ ପାଇଁ 33 ଭାଗ ସ୍ଥାନ ସଂରକ୍ଷଣ କାର୍ଯ୍ୟକାରି କର ଏବଂ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅ ଇତ୍ୟାଦି ଦାବିରେ ଆସନ୍ତା ଅଗଷ୍ଟ ୧୦ ତାରିଖ ଦିନ ଦକ୍ଷିଣାଞ୍ଚ ରାଜସ୍ୱ କମିଶନର ଅଫିସ ସମ୍ମୁଖରେ ଶ୍ରମିକ କୃଷକ ଓ କ୍ଷେତମୁଳିଆ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଏକ ମିଳିତ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି।ଦେଶ ବ୍ୟାପି ଅଗଷ୍ଟ କ୍ରାନ୍ତି ଦିବସର ସ୍ମାରକୀ ପାଳନ ଭାବେ ଆସନ୍ତା ଅଗଷ୍ଟ ୧୦ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ତଥା ଦେଶ ବିରୋଧୀ ଓ ଦେଶ ବିକା ନୀତିର ପ୍ରତିବାଦ କରିବା ସହିତ ସମ୍ବିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଦେଶ ବ୍ୟାପୀ ଜେଲଭରୋ, ଆଇନ ଅମାନ୍ୟ ଓ ରେଲ ରୋକ ଭଳି ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ କରାଯିବ।ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଳଠାରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ INTC ପକ୍ଷରୁ ଭୋକଲି ସେଠୀ,CITU ପକ୍ଷରୁ ଯୁଧିଷ୍ଠିର ବେହେରା, ଶିବ ପ୍ରସାଦ ମହାପାତ୍ର, AITUC ପକ୍ଷରୁ ଅଳକ ମିଶ୍ର, ପ୍ରବୀଣ ଦାସ, HMS ପକ୍ଷରୁ ସତ୍ୟ ତ୍ରିପାଠୀ,ଶ୍ରମିକ ନେତା ନୀଳମାଧଵ ରଥ, କାଳିମିଶ୍ର,କାମଦେବ ନାହାକ, ପ୍ରଫୁଲ୍ଲ ଜେନା, ରୋହିତ ବିଶୋଇ ଓ କୃଷକ ନେତା ଗୋପାଳ ପାଣିଗ୍ରାହୀ ପମୁଖ ଯୋଗଦେଇଥିଲେ।ଆସନ୍ତା ଅଗଷ୍ଟ ୧୦ ତାରିଖ ଦିନ RDC ଅଫିସ ବିକ୍ଷୋଭରେ ବହୁ ସଂଖ୍ୟାରେ ଶ୍ରମିକ, କୃଷକ, ଛାତ୍ର ଯୁବକ ଅଂଶ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଅଗଷ୍ଟ ୧୦ ଶ୍ରମିକ -କୃଷକ ପକ୍ଷରୁ RDC ଅଫିସ ବିକ୍ଷୋଭ





