ସନ୍ଥ ଶିରୋମଣି ଶ୍ରୀଗୁରୁ ରବିଦାସ ଜୀଙ୍କ ୬୫୦ତମ ଜୟନ୍ତୀ ବର୍ଷ ଉପଲକ୍ଷେ “ସମରସ ସଂକଳ୍ପ ଅଭିଯାନ”

Pradeep Kar

ଭୁବନେଶ୍ୱର, ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଭାରତର ଯଶ୍ୱସୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ,ମାନ୍ୟବର ରାଜ୍ୟ ସଭାପତି ଶ୍ରୀ Manmohan Samalଙ୍କ ନେତୃତ୍ୱରେ ସାରା ଓଡ଼ିଶା ପରିକ୍ରମା ପାଇଁ ଆୟୋଜିତ ପବିତ୍ର କଳସ ବନ୍ଦନା ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାର ସୌଭାଗ୍ୟ ଲାଭ କଲି। ଏହି ଅବସରରେ ରାଜ୍ୟ ସରକାରଙ୍କ ଦୁଇ ଉପ -ମୁଖ୍ୟମନ୍ତ୍ରୀ, କ୍ୟାବିନେଟର ବରିଷ୍ଠ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକ ମାନଙ୍କ ବାର୍ତ୍ତା କାର୍ଯ୍ୟକର୍ତ୍ତା ମାନଙ୍କ ମନୋବଳ ବଢ଼ାଇଥିଲା। ଓଡିଶାର କୋଣ ଅନୁକୋଣରୁ ଆସିଥିବା ସନାତନୀ ସାଧୁ ସନ୍ଥ ମାନଙ୍କ ବାଣୀ ସମରସ ରହିତ ସମାଜ ଗଠନର ସଂକଳ୍ପକୁ ଦୃଢ଼ଭୂତ କରିବାରେ ଅଧତ୍ମିକ ପ୍ରେରଣା ଦାୟୀଥିଲା।ସନ୍ଥ ଶିରୋମଣି ଗୁରୁ ରବିଦାସ ଜୀଙ୍କ ମହାନ ବାଣୀ ଓ ଚିନ୍ତାଧାରା :”ମନ ଚଙ୍ଗା ତୋ କଠେଁତୀ ମେ ଗଙ୍ଗା: ତାଙ୍କର ଏହି ପ୍ରସିଦ୍ଧ ଉକ୍ତିର ଅର୍ଥ ହେଉଛି – ଯଦି ମଣିଷର ମନ ପବିତ୍ର ଓ ନିର୍ମଳ ଥାଏ, ତେବେ ତାକୁ କୌଣସି ତୀର୍ଥ କରିବାକୁ ପଡ଼େ ନାହିଁ; ତା’ର କାମ କରୁଥିବା ପାତ୍ରର ଜଳରେ ହିଁ ଗଙ୍ଗାଙ୍କର ପବିତ୍ରତା ମିଳିଯାଏ । ଶ୍ରମର ମହତ୍ତ୍ବ: ସେ ନିଜର ପାରମ୍ପରିକ ଚର୍ମକାର ବୃତ୍ତାକୁ କେବେ ଛାଡ଼ି ନଥ୍‌ଲେ । ଶ୍ରମ ହିଁ ଈଶ୍ବରଙ୍କ ସେବା ବୋଲି ସେ ପ୍ରମାଣ କରିଥିଲେ । ବେଗମପୁରା ସହରର ପରିକଳ୍ପନା: ସେ ଏପରି ଏକ ସମାଜର କଳ୍ପନା କରିଥିଲେ ଯେଉଁଠାରେ କୌଣସି ଦୁଃଖ (ଗମ), ଦରିଦ୍ରତା, କିମ୍ବା ଭେଦଭାବ ନଥୁବ । ଏହାକୁ ସେ ବେଗମ୍ପୁରା ସହର ନାମ ଦେଇଥିଲେ। ତାଙ୍କରି ଏହି ସମରସତାର ବାର୍ତ୍ତାକୁ ଜନଜନଙ୍କ ନିକଟରେ ପହଞ୍ଚାଇବା ହିଁ ଏହି ଅଭିଯାନର ମୂଳ ଲକ୍ଷ୍ୟ।

Also Read

Tags