ସମରସ ସଂକଳ୍ପ ଅଭିଯାନ,ଗଞ୍ଜାମ ଜିଲ୍ଲା ଓ ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା

Pradeep Kar

ରମ୍ଭା, ତା- ୦୮/୦୮/୨୦୨୬ ରିଖ ଶନିବାର ଓଡ଼ିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରୁ ସନ୍ଥ ଶିରୋମଣି ଶ୍ରୀ ଗୁରୁରବି ଦାସ ଜୀ ଙ୍କ ୬୫୦ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଆମ ଗଞ୍ଜାମ ଜିଲ୍ଲା କୁ ବନାରସରୁ ଆସିଥିବା ମାଟି ରମ୍ଭା N.A.C ସ୍ଥିତ ଗୁପ୍ତେଶ୍ୱର ମହାଦେବ ଙ୍କ ପୀଠରେ ପହଞ୍ଚିଛି। ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚା ସଭାପତି ଶ୍ରୀ କିର୍ତ୍ତନ ଦାସ ଙ୍କ ନେତୃତ୍ବରେ ଉପସ୍ଥିତ ଥିବା ରମ୍ଭା N.A.C ମଣ୍ଡଳ ସଭାପତି ଘନଶ୍ୟାମ ବେହେରା, ରମ୍ଭ N.A.C ଅଧ୍ୟକ୍ଷା ମାନସୀ ସ୍ବାଇଁ ଙ୍କ ପ୍ରତିନିଧି କାହ୍ନା ସ୍ବାଇଁ ଉପାଧ୍ୟକ୍ଷ କାଳିଆ ତରାଇ ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା ମାଟି ଧରିଧିବା ବିମ୍ବାଧର ବେହେରା,ବାନାମ୍ବର ସେଠୀ, ଦିଲିପ ନାୟକ, ଦୁର୍ଯୋଧନ ବେହେରା, ଯୋଗେନ୍ଦ୍ର ବେହେରା, ଘନପତି ବେହେରା, ଅନାଦି ବେହେରା, ପ୍ରଶ୍ନ କୁମାର ନାହାକ, ସନ୍ତୋଷ କୁମାର ଦାସ,ଏସ୍ .ସି ମୋର୍ଚ୍ଚାର ଗିତା ଦାସ, ଗଜେନ୍ଦ୍ର ଦାସ, ତ୍ରିନାଥ ନାୟକ, ସୁଶାନ୍ତ ଦାସ, ସୁଶାନ୍ତ ବେହେରା, ସୁରେନ୍ଦ୍ର ନାୟକ, ରାଜେନ୍ଦ୍ର ଦାସ, ଅନୁସୂଚିତ ଜାତି ମୋର୍ଚ୍ଚାର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ସରୋଜ କୁମାର ସାବତଙ୍କ ନିଦ୍ଧେର୍ଶ କ୍ରମେ ଆସନ୍ତା ତା – ୧୬ କିମ୍ବା ୧୭/୦୮/୨୦୨୬ ରିଖ ଠାରୁ ଗଂଜାମ ଜିଲ୍ଲାର ସମସ୍ତ ମଣ୍ଡଳରେ ସନ୍ଥ ଶିରୋମଣି ଗୁରୁ ରବି ଦାସ ମାଟି ଗାଁ ଗାଁ ରେ ସହରରେ ପହଁଚିବ।

Also Read

Tags