ବ୍ରହ୍ମପୁର :୯. ୮. ୨୬… ସ୍ଥାନୀୟ ଗୋଇଲୁଣ୍ଡି ସ୍ଥିତ ଶ୍ରୀରାମ ମନ୍ଦିର ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ସାହିତ୍ୟ ପରିଷଦର ‘ଅଗଷ୍ଟ କବିତା ଆସର ‘ କବି ସୁଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମ୍ପାଦକ ବି. ସତ୍ୟମ ଅଚାରୀ ସମ୍ପାଦକୀୟ ପାଠ କରିଥିଲେ l ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଓ କବି ସୁନୀଲ କୁମାର ଗୌଡ଼ ଯୋଗଦେଇ ଆଜି ତଥା ୯ ଅଗଷ୍ଟ କ୍ରାନ୍ତିର ଦିବସ ବୋଲି କହିଥିଲେ l ଏହି ଦିବସରେ ବ୍ରହ୍ମପୁର ସାହିତ୍ୟ ପରିଷଦ ‘ଅଗଷ୍ଟ କବିତା ଆସର’ ଗୁରୁତ୍ୱ ବହନ କରିଛି ବୋଲି ଶ୍ରୀଯୁକ୍ତ ଗୌଡ଼ ଦର୍ଶାଇ ଥିଲେ l ଏଥି ସହ କବି ପ୍ରଫୁଲ ତ୍ରିପାଠୀଙ୍କ ମାତୃ ସ୍ବର୍ଗତ ଶ୍ରୀମତୀ ଶଶିକଳା ତ୍ରିପାଠୀଙ୍କ ପାଇଁ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା l ଡ଼ ବିଜୟ ଚନ୍ଦ୍ର ମହାରଣା ଓ କବି ଅଶୋକ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦେଶ ଗଠନରେ ସାହିତ୍ୟିକ ମାନଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ l ଯୁବକବି ସୌରଭକାନ୍ତ ତ୍ରିପାଠୀଙ୍କ ସଂଯୋଜନାରେ କବି ଭିକାରୀ ଚରଣ ମହାପାତ୍ର, ନୃସିଂହାନଂଦ ମହାପାତ୍ର, ସରୋଜିନି ସାହୁ, ମଧୁସ୍ମିତା ସାହୁ, କାଳୀ ପ୍ରସାଦ ରାଓ, ଉମାକାନ୍ତ ବେହେରା, କିଶୋରୀ ମହାରଣା, ଲିପ୍ସା ମହାରଣା, ନୀଳକଣ୍ଠେଶ୍ଵର ଦାଶ, କାର୍ତ୍ତିକ ପାଣିଗ୍ରାହୀ, ପ୍ରମୋଦ କୁମାର ପଣ୍ଡା, ମନା ମୋହନ ରଥ, ଶରତ କୁମାର ଦାସ, ଅଜିତ କୁମାର ସେଠି, ସୀତାରାମ ପାତ୍ର, ମିହିର କୁମାର ରଥଶର୍ମା, ଲୋପା ସାମଲ, ଗଙ୍ଗାଧର ମହାକୁଡ଼, ସ୍ମୃତି ଶ୍ଵେତା ଜେନା, ପ୍ରେମଶିଳା ରାଉତ, ବିଜୟ ଚନ୍ଦ୍ର ମିଶ୍ର ପ୍ରମୁଖ ନିଜ ନିଜ କବିତା ପାଠ କରିଥିଲେ l ସାହିତ୍ୟ ସାଧନା ନିମନ୍ତେ କବି ପ୍ରଫୁଲ କୁମାର ତ୍ରିପାଠୀଙ୍କୁ ଉତ୍କଳିକା ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯଇଥିଲା l କବି ସୁନୀଲ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
Home » ସାହିତ୍ୟ ପରିଷଦର ‘ଅଗଷ୍ଟ କବିତା ଆସର ‘ଅନୁଷ୍ଠିତ
ସାହିତ୍ୟ ପରିଷଦର ‘ଅଗଷ୍ଟ କବିତା ଆସର ‘ଅନୁଷ୍ଠିତ





