ବ୍ରହ୍ମପୁର, ୯/୮ ଦେଶ ବ୍ୟାପୀ ଅଭୟା ଦିବସ ପାଳନ କରାଯାଇଛି। ଏହି ଅବସରରେ ଫୋଗସି ତରଫରୁ ବଡ ଡ଼ାକ୍ତରଖାନା ସ୍ତ୍ରୀ ଓ ପ୍ରସୂତୀ ବିଭାଗ ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ବ୍ରହ୍ମପୁର ସୋସାଇଟି ଦ୍ବାରା ସଚେତନତା କାଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏଥିରେ ବହୁ ବିଶେଷଜ୍ଞ ଓ ପିଜି ଛାତ୍ର ଛାତ୍ରୀ ଯୋଗଦେଇ ସଚେତନତା ସୃଷ୍ଟି କରିବା ସହ ଏ ସମ୍ପର୍କ ରେ ଚର୍ଚ୍ଚା କରିଥିଲେ । ନାରୀର ସୁରକ୍ଷା , ହିଂସା ରୋକିବା ଓ ଡାକ୍ତର ମାନଙ୍କ ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଭାରତୀ ମିଶ୍ର , ପ୍ରଫେସର ନିନା ମିଶ୍ର, ଡାକ୍ତର ପ୍ରେମପ୍ରିୟା ଜେନା ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ , ଡାକ୍ତର ବନିତା ପଣ୍ଡା, ଡାକ୍ତର ପ୍ରଣତି ମିଶ୍ର ଙ୍କ ସମେତ ବହୁ ସଂଖ୍ୟକ ସ୍ନାତକ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ ।
ବଡ ଡ଼ାକ୍ତରଖାନା ରେ ଅଭୟା ଦିଵସ ପାଳନ ସହ ସଚେତନତା





