ବ୍ରହ୍ମପୁର, ୯/୮ ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ରବିବାର ଜ୍ଞାନ ବିକାଶ ଏକାଡେମୀ ପରିସରରେ କଳା ଝଲକ ୨ ନାମରେ ସାଂସ୍କୃତିକ କାଯ୍ୟକ୍ରମ ସହ ପୁରସ୍କାର ବିତରଣ କରାଯାଇଥିଲା। ଫାଉଣ୍ଡେସନ ର ସଭାପତି ପ୍ରଣବ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ଶ୍ରଦ୍ଧାଞ୍ଜଳୀ ପାଢ଼ୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ମୁଖ୍ୟ ଅତିଥିଭାବେ ରୋଟାରିଆନ ତଥା ଲକ୍ଷ୍ମୀ ସରୋଜିନୀ ପ୍ରାଇଭେଟ ଲିମିଟେଡ଼ର ନିର୍ଦେଶକ ଅଶୋକ ସାହୁ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ରୂପେ ଜ୍ଞାନ ବିକାଶ ସ୍କୁଲ ସମୂହର ଚେୟାରମ୍ୟାନ ସନତ ବେହେରା , ସତ୍ୟ ପାତ୍ର ଓ ରୋଟାରୀ ସେଣ୍ଟ୍ରାଲ ର ସଭାପତି ଶ୍ରୀକାନ୍ତ ସାବତ ପ୍ରମୁଖ ଯୋଗ ଦେଇ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଫାଉଣ୍ଡେସନ ର ବିଭିନ୍ନ ସେବା କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ଉପ ସଭାନେତ୍ରୀ ସସ୍ମିତା ପାଢ଼ୀ, ବ୍ରାଣ୍ଡ ଆମ୍ବାସଡର ଡ. ସୋନାଲି ସାହୁ, ଶୁଭଶ୍ରୀ ତ୍ରିପାଠୀ,ରାଇ ରଞ୍ଜନ ନନ୍ଦ, ଦୁର୍ଗା ପ୍ରସାଦ ବ୍ରହ୍ମI , ବସନ୍ତ କୁମାର ଶତପଥୀ, ଚନ୍ଦ୍ରମଣି ପାତ୍ର, ରବି ବାରିକ,ସ୍ମିତାରାଣୀ ପଣ୍ଡା, ସଜ୍ଞା ମିଶ୍ର, ଶୀତଲ ଦଳେଇ,ବିଜୟ ରାମ ପାଣିଗ୍ରାହୀ, ଯତୀନ୍ଦ୍ର କୁମାର ତ୍ରିପାଠୀ, ଶୈଳଜା ଶଙ୍କର ଦାଶ, ପ୍ରଜ୍ଞାନ ପଣ୍ଡା,ପ୍ରମୁଖ କାର୍ଯ୍ଯକ୍ରମ ରେ ସହଯୋଗ କରିଥିବା ବେଳେ ଉପସ୍ଥାପକ ଭାବେ କାହୁଁ ରାଉତ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରର ସାଂସ୍କୃତିକ କାଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ କଳା ଝଲକ ୨ ର ପୁରସ୍କାର ବିତରଣ





