ବୋଲଗଡ (ନି. ପ୍ର ) ବୋଲଗଡ ବ୍ଲକ ଅସରଳା ପଂଚାୟତରେ ଆଜି ପଲ୍ଲୀରେ ପ୍ରଶାସନ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମ ରେ ୪୫ ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ୩୦ଟି ଅଭିଯୋଗ ତ୍ୱରିତ ସମାଧାନ ହୋଇଥିଲା I ସରପଞ୍ଚ ଶ୍ରୀମତୀ ଶୁଭଲକ୍ଷ୍ମୀ ସୁନ୍ଦରାୟ ସମିତିସଭ୍ୟା ସୁମିତ୍ରା ମହାପାତ୍ର ବ୍ଲକ ଵିତ୍ତ ଅଧିକାରୀ ପ୍ରଶାନ୍ତ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ I ଏଡିଓ ସୁଲତାନ ଅହମ୍ମଦ ଯୋଗାଣ ସହାୟକ ପ୍ରଦୀପ କୁମାର ମହାପାତ୍ର ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ସହଯୋଗ କରିଥିଲେ I ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଅଭିଯୋଗ ଶୁଣିଥିଲେ I ଓ ତ୍ୱରିତ ସମାଧାନ କରିଥିଲେ l ପରିଶେଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବରଦା କାନ୍ତ ସାହୁ ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l




