ବ୍ରହ୍ମପୁର, ୧୨/୦୮ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ,ଭୁବନେଶ୍ୱର, ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ,ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି,ବ୍ରହ୍ମପୁରର ମିଳିତ ସହଯୋଗରେ ଲୋକନାଟକ ଉତ୍ସବ “ଲୋକ ରଞ୍ଜନୀ” ଓଡ଼ିଶା ସରକାରଙ୍କ ତରଫରୁ ଚଳିତ ମାସ ୧୮ ତାରିଖ ରୁ ୨୦ ତାରିଖ ୩ ଦିନ ବ୍ୟାପି ” ବିଜୁ ପଟ୍ଟନାୟକ ସଂସ୍କୃତି ଭବନ” ,ବ୍ରହ୍ମପୁର ଠାରେ ପ୍ରତିଦିନ ସଂଧ୍ୟାରେ ଆୟୋଜିତ ହେବ ।ଏହାର ସଫଳତା ପାଇଁ ଓଡ଼ିଶା ନାଟକ ସମାରୋହ ସମିତି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ୍ ସଂସ୍କୃତି ପ୍ରାଣା ବ୍ୟକ୍ତି ଓ ବୁଦ୍ଧିଜିବୀ ଉକ୍ତ କାର୍ଯ୍ୟକ୍ରମ ର ସୁଦୂର ପ୍ରସାରୀ ପ୍ରଭାବ କୁ ସମ୍ମାନ ଦେଇ ସଫଳତା କାମନା ସହ ସହଯୋଗ ର ବାର୍ତ୍ତା ପ୍ରଦାନ କରିଥିଲେ । ସଭାପତି ଅନିଲ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ସଭାରେ ସାଧାରଣ ସଂପାଦକ ନାରାୟଣ ମହାକୁଡ, ସମ୍ପାଦକ ଦୁର୍ଗା ପ୍ରସାଦ ଆଚାରୀ, କୃଷ୍ଣ ପଣ୍ଡା ଓ ଆବାହକ ଭବାନୀ ଶଙ୍କର ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ,ନାଟ୍ୟ ପ୍ରେମୀ ,କଳାକାର ଉପସ୍ଥିତ ରହି ଏହି ନାଟକ ମହୋତ୍ସବ କିପରି ସୁଚାରୁରୂପେ ପରିଚାଳିତ ହେବ ସେଥିନେଇ ଆଲୋଚନା ସହ ନିଷ୍ପତି ନିଆଯାଇଥିଲା । ବୈଠକରେ ବାଇମୁନି ଚର୍ଚ୍ଚି,ମଦନ ମିଶ୍ର, ସୁଶାନ୍ତ ସାବତ, ବିଘ୍ନେଶ୍ୱର ସାହୁ, ଯାମିନୀ କାନ୍ତ ଦାସ, ଆରତୀ ପାତ୍ର, କୈଳାଶ ତ୍ରିପାଠୀ, ରବି ନାରାୟଣ ବେହେରା, ସୁଦୀପ କୁମାର୍ ସାହୁ ,ସରୋଜ ପଣ୍ଡା।, ରାମଚନ୍ଦ୍ର ସାମଲ,ରାଜୁ ପାଢ଼ୀ,ପ୍ରଦୀପ କୁମାର୍ ପଣ୍ଡା,ମନୋଜ ପାଣିଗ୍ରାହୀ , ସତ୍ୟବ୍ରତ ଦାସ, ସୁନୀଲ ସ୍ୱାଇଁ, ମିହିର ପାଣିଗ୍ରାହୀ ,ସନ୍ୟାସୀ ମହାରଣା,କାର୍ତ୍ତିକ ପାଣିଗ୍ରାହୀ , ନଳିନୀ ଗୌଡ଼, ଗୋପାଳ ପଟ୍ଟନାୟକ ଙ୍କ ସମେତ ବହୁ କଳାପ୍ରେମୀ ଉପସ୍ଥିତ ଥିଲେ ।
ସଂସ୍କୃତି ଭବନରେ ୧୮ ରୁ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକ ନାଟକ ମହୋତ୍ସବ





