ବ୍ରାହ୍ମପୁର, ତା :13/8 ସ୍ଥାନୀୟ 26ନମ୍ବର ୱାର୍ଡର ଯୁବସମାଜ ସେବୀ ତଥା କର୍ପୋଟର ଧୀରେସ କୁମାର ସାବତଙ୍କ ତତ୍ତ୍ୱବଧାନରେ ଶ୍ରମକାର୍ଡ ନିମନ୍ତେ ଶାସ୍ତ୍ରୀନଗର ଚଣ୍ଡୀମନ୍ଦିର ପରିସରରେ ସେହି ଅଂଚଳର ବାସିନ୍ଦାଙ୍କ ଠାରୁ ଶ୍ରମକାର୍ଡ ସକାଶେ ଆବଶ୍ୟକ କାଗଜପତ୍ର ସଂଗ୍ରହ ସହ ଜାଣିନଥିବା ଆବେଦନକାରୀଙ୍କୁ ଅତିସୁନ୍ଦରଭାବେ ବୁଝାଉଛନ୍ତି I ଏଇ ଶିବିରରେ ସମାଜସେବୀ ତଥା ସଂସ୍କାରବାଦୀ ସଙ୍ଘଠନର ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣା କର୍ପୋରେଟର ଅନୁରୋଧକ୍ରମେ ସହଯୋଗକର ହାତବଢ଼େଇ କହିଲେ ଲୋକପ୍ରତିନିଧି ଜନତାଙ୍କ ନିକଟରେ ପହଞ୍ଚି ଜନତାଙ୍କସେବା କରିବା ପ୍ରଶଂସନୀୟ I ଏହି ଶିବିରରେ ୱାର୍ଡର ଶତାଧିକ ପୁରୁଷମହିଳା ଉପସ୍ଥିତରହି ଶ୍ରମକାର୍ଡ ପାଇଁ କାଗଜପତ୍ର ଦାଖଲ କରିଥିଲେ l ଏହି ଶିବିରରେ ବରିଷ୍ଟ ନାଗରିକ କୃଷ୍ଣଚନ୍ଦ୍ର ବେହେରା ଓ ଶ୍ରମ ସଂଯଯୋକ ଦେବାଶିଷ ନାୟକ ସମେତ ବିଭିନ୍ନ କର୍ମଚାରି ଉପସ୍ଥିତ ଥିଲେ I
26ନମ୍ବର ୱାର୍ଡରେ ଶ୍ରମ କାର୍ଡ ଚୟନ ଶିବିର ସ୍ୱାଗତ କଲା -ସଂସ୍କାରବାଦୀ ସଙ୍ଘଠନ





