ରଙ୍ଗେଇଲୁଣ୍ଡା, ୧୩/୮: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ ହାର୍ ଘର ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। ଏହି ପଦଯାତ୍ରା ଚାନ୍ଦପୁର ପଞ୍ଚାୟତ ଠାରୁ ଆରମ୍ଭ ହୋଇ ଚାନ୍ଦପୁର ଗ୍ରାମ ଏବଂ ଗୋବିନ୍ଦପୁର ଗ୍ରାମ ପର୍ଯ୍ୟନ୍ତ ହେଇଥିଲା । ଏହି ଯାତ୍ରାରେ ମୂଖ୍ୟ ଅତିଥିଭାବେ ସମିତିସଭ୍ୟ ପ୍ରିୟଙ୍କା ଦଳାଇ ଏବଂ ସରପଞ୍ଚ ସିଏଚ୍. ରଶ୍ମୀତା ପାତ୍ର ଉଭୟ ମିଶି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଏଥିରେ ଚାନ୍ଦପୁର ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦଣ୍ଡପାଣି ପ୍ରଧାନ, ଯୁବନେତା ଏନ୍ ଭାଗିରଥି ପାତ୍ର, ମୁନା ପାତ୍ର, ସିଏଚ୍. ସୁଦାମ ପାତ୍ର, ଶିବରାମ ସାହୁ, ଏନ୍. ମୋହନ ପାତ୍ର, ପ୍ରଶାନ୍ତ ଦାସ ଯୋଗ ଦେଇଥିଲେ । ହାତରେ ତ୍ରିରଙ୍ଗା, ହୃଦୟରେ ଦେଶପ୍ରେମ ଏବଂ ମନରେ ରାଷ୍ଟ୍ର ନିର୍ମାଣର ସଂକଳ୍ପ ଏହି ଯାତ୍ରା ଦେଶର ଅଖଣ୍ଡତା, ଏକତା ଓ ଗୌରବର ବାର୍ତ୍ତା ପ୍ରସାର କରିଛି । ହର୍ ଘର ତ୍ରିରଙ୍ଗା, ଏହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଥିବା ଦେଶ ପ୍ରେମର ପ୍ରତୀକା ଆମ ଜାତୀୟ ପତାକା ଆମକୁ ତ୍ୟାଗ, ସାହସ, ଏକତା ଓ ଦେଶ ପାଇଁ କିଛି କରିବାର ପ୍ରେରଣା ଦେଇଥାଏ । ଆସନ୍ତୁ ଏହି ସ୍ଵାଧୀନତାର ଅମୃତ ଭାବନାକୁ ଆହୁରି ମଜବୁତ କରିବା ଏବଂ ହର୍ ଘର ତ୍ରିରଙ୍ଗା ଅଭିଯାନକୁ ଜନଜନଙ୍କ ଅଭିଯାନରେ ପରିଣତା କରିବା ।
Home » ଚାନ୍ଦପୁର ପଞ୍ଚାୟତରେ ହର୍ ଘର ତ୍ରିରଙ୍ଗା ଯାତ୍ରା
ଚାନ୍ଦପୁର ପଞ୍ଚାୟତରେ ହର୍ ଘର ତ୍ରିରଙ୍ଗା ଯାତ୍ରା





