ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ଦ୍ୱିତୀୟ ବର୍ଷ ପାଇଁ ସିଙ୍ଗଲ୍ ରୁମ୍ ଦାବି

Pradeep Kar

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ହଷ୍ଟେଲ ଛାତ୍ରଛାତ୍ରୀମାନେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସିଙ୍ଗଲ୍ ରୁମ୍ ହଷ୍ଟେଲ ବ୍ୟବସ୍ଥା ଦାବିରେ ବିଶ୍ୱବିଦ୍ୟାଳୟର ଏଡି ବ୍ଲକ୍ (AD Block) ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବହୁ ସଂଖ୍ୟକ ହଷ୍ଟେଲ ଛାତ୍ରଛାତ୍ରୀ ଏହି ବିକ୍ଷୋଭରେ ସାମିଲ ହୋଇ ବର୍ତ୍ତମାନର ହଷ୍ଟେଲ ରହଣୀ ବ୍ୟବସ୍ଥା ନେଇ ନିଜର ସମସ୍ୟା ଓ ଅସୁବିଧା ପ୍ରକାଶ କରିଥିଲେ। ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ସିଙ୍ଗଲ୍ ରୁମ୍ ଯୋଗାଇଦେବା ସହ ହଷ୍ଟେଲ ସମ୍ପର୍କିତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସେମାନେ ବିଶ୍ୱବିଦ୍ୟାଳୟ ପ୍ରଶାସନ ନିକଟରେ ଦାବି ରଖିଥିଲେ।ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ନିଜ ଦାବି ଉପସ୍ଥାପନ କରି ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରି ଏକ ବ୍ୟବହାରିକ ଓ ସନ୍ତୋଷଜନକ ସମାଧାନ ବାହାର କରିବାକୁ ଅନୁରୋଧ କରିଥିଲେ। ଏହି ବିକ୍ଷୋଭରେ ହେମନ୍ତ ପୋଲାଇ, ଇ. ଦିବ୍ୟା, ଆଶିଷ ସାହୁ, ସଞ୍ଜୟ କୁମାର ଦଳାଇ, ଅମ୍ଲାନ ପ୍ରତୀକ, ନିତ୍ୟଶ୍ରୀ, ସଞ୍ଜୟ ଦଳାଇ, ଅମିୟ, ସୁବ୍ରତ କୁମାର ମୁଦୁଲି, ଆଶୁତୋଷ ରଥ, ଆଶିଷ ଜ୍ୟୋତିର୍ମୟ, ସୁନୀଲ ଅପଟୋଟୋ, କାହ୍ନା, ଉମା, ଶୁଭକାନ୍ତ ଦଳାଇ, ଜାବେଶ, ଜାଇସେନ, ବିଟନ, ତୁଳସୀ, କିରଣ, ରାଜେଶ, ସତ୍ୟଜିତ ସିଂହ, ଅଭିନବ ପାତ୍ରଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଦାବିର ଏକ ସନ୍ତୋଷଜନକ ସମାଧାନ ନ ହେବା ପର୍ଯ୍ୟନ୍ତ ସେମାନେ ଏହି ପ୍ରସଙ୍ଗକୁ ପ୍ରଶାସନ ସମ୍ମୁଖରେ ଉଠାଇ ଚାଲିବେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉନ୍ନତ ଓ ଉପଯୁକ୍ତ ହଷ୍ଟେଲ ରହଣୀ ବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀଙ୍କ ସାମୂହିକ ଦାବି ଏହି ବିକ୍ଷୋଭ ମାଧ୍ୟମରେ ସ୍ପଷ୍ଟ ହୋଇଛି।

Also Read

Tags