କୁକୁଡ଼ାଖଣ୍ଡି ବ୍ଳକ୍ ଅନ୍ତର୍ଗତ ନିମଖଣ୍ଡି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଏଫ୍ଏଲ ଏନ ଶ୍ରେଣୀ ପ୍ରକୋଷ୍ଠର ଶୁଭାରମ୍ଭ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର, ସ୍ଥାନୀୟ ସରପଞ୍ଚ ଶ୍ରୀମତି ଶଶୀ ବେହେରା,ଏବିଇଓ ଶ୍ରୀ ସିମାଞ୍ଚଳ କାର୍ଜୀ, ଏବିଇଓ ଶ୍ରୀ ବସନ୍ତ କୁମାର ସେଠୀଏବଂ ସି ଆର ସି ସି ଶ୍ରୀ ଲୋକନାଥ ପ୍ରସାଦ ପାଢ଼ୀ ଯୋଗଦେଇଥିଲେ l ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ରିବନ କାଟି ବିଦ୍ୟାଳୟର ଏଫ୍ ଏଲ୍ ଏନ୍ ଶ୍ରେଣୀ ପ୍ରକୋଷ୍ଠ ଓ ଚାଇଲଡ ଫ୍ରେଣ୍ଡଲି ଏଲିମେଣ୍ଟର ଶୁଭାରମ୍ଭ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉଷାରାଣୀ ଏବଂ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା ପାତ୍ର, ଶ୍ରୀମତୀ ସସ୍ମିତା କୁମାରୀ ସାହୁ, ଶ୍ରୀମତୀ ରୀତା ରଶ୍ମୀ ବେହେରାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା l ବ୍ଲକର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଶିବରାମ ମହାଙ୍କୁଡ ଉକ୍ତ କାର୍ଯ୍ୟକ୍ରମ ରେ ବହୁତ ବହୁତ ସାହାଯ୍ୟ ଓ ସହଯୋଗ କରିଥିଲେ l ଏଥିରେ କ୍ଲଷ୍ଟର ତଥା ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସି ଆର ସି ସି ଗଣ, ଅଙ୍ଗନବାଡି କର୍ମୀ, ସମିତି ସଭ୍ୟ, ବିଦ୍ୟାଳୟ ପରିଚାଳନା କମିଟି, ପି ଆର ଆଇ ମେମ୍ବର ଶ୍ରୀ ଜୟରାମ ସାହୁ ଓ ସମୀର କୁମାର ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l
ନିମଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ଏଫ୍ଏଲ ଏନ ଶ୍ରେଣୀ ପ୍ରକୋଷ୍ଠର ଶୁଭାରମ୍ଭ





