ଲାଞ୍ଜିପଲ୍ଲୀ ବରିଷ୍ଠ ନାଗରିକ ମଂଚର ୮୦ତମ ସ୍ବାଧୀନତା ଦିବସ ପାଳନ

Pradeep Kar

ବ୍ରହ୍ମପୁର, ତା୧୫-୮-୨୬ ସ୍ଥାନୀୟ ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚରର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ଦେଶର ୮୦ତମ ସ୍ବାଧୀନତା ଦିବସ ଅବସରରେ ମଂଚ ସଭାପତି ଶ୍ରୀ ବିଶ୍ବନାଥ ପାଢ଼ୀ ଜାତୀୟ ପତାକା ଉତ୍ତୋଳନ କରି ଦେଶର ଅଖଣ୍ତତା, ଐତିହ୍ୟ, ସାଂସ୍କ୍ରୁତିକ ପରଂପରା ତଥା ବିକାଶ ବଜାୟ ରଖିବା ପାଈଁ ସମସ୍ତଙ୍କୁ ଉଦ୍ବୋଧନ ଦେଈଥିଲେ । ମଂଚ ପରିଚାଳନାରେ ସହଯୋଗ କରିଥିଲେ କେନ୍ଦ୍ରର ସଂପାଦକ ସର୍ଜଣ୍ଟ ଶାନ୍ତନୁ କୁମାର ମିଶ୍ର ଏବଂ ସଦସ୍ୟ ସର୍ଜଣ୍ଟ ରମେଶ ଚନ୍ଦ୍ର ମହାନ୍ତି । ଉପ ସଭାପତି ପ୍ରଫେସର ଅରୁଣ କୁମାର ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ଯକ୍ରମରେ ୩ ସୈନ୍ଯ ବାହାନୀର ସେବା ନିବ୍ରୁତ ସଦସ୍ୟ ସୁବେଦାର ଜଗନ୍ନାଥ ଦାସ, ପେଟି ଅଫିସର ମୁରଲୀଧର ପଟ୍ଟନାୟକ, ବସନ୍ତ କୁମାର ପାଣିଗ୍ରାହୀ, ରବୀନ୍ଦ୍ର ନାଥ ସିୟ, ମଂଚ ଉପଦେଷ୍ଟା ପ୍ରଫେସର ଭାସ୍କର ପାଢ଼ୀ ଓ କେ କ୍ରୀଷ୍ଣା ରାଓ, ସହ ସଂପାଦକ ପ୍ର. ସୁଦର୍ଶନ ଦାସ, ବ୍ୟାୟାମ ଓ ହସ ଗୁରୁ ଶିବରାମ ପାଣିଗ୍ରାହି ଓ ସୁଜନ ଶୁକ୍ଳ, ପ୍ରଫୁଲ୍ଲ ପାତ୍ର, ଗୌରୀ ଶଙ୍କର ପାତ୍ର, ଅଭିମନ୍ୟୁ ମହାରଣା, ଦ୍ବୀତିକ୍ରୁଷ୍ଣ ସାହୁ, କଂଗ୍ରେସ ସାହୁ, ଦିବାକର ପାତ୍ର, ଦୟାନିଧୀ ପ୍ରଧାନଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ତିତ କରିଥିଲେ । ତତ୍ପରେ ମଂଚର ଜଣେ ଧର୍ମପରାୟଣ ସଦସ୍ୟ ଶ୍ରୀ ଦ୍ବୀତିକ୍ରୁଷ୍ଣ ସାହୁଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ତାପରେ ମିଷ୍ଟାନ୍ନ ବଣ୍ଟନ ସହ କାର୍ଯ୍ଯକ୍ରମର ସମାପ୍ତି ହୋଈଥିଲା ।

Also Read

Tags