ଦେଶପ୍ରେମ ଓ ଜାତୀୟତାର ଭାବନାରେ ଉତ୍ସବମୁଖର ହୋଇଉଠିଲା ବିଧାୟକଙ୍କ କାର୍ଯ୍ୟାଳୟ ପରିସର

Pradeep Kar

ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ସହିଦ ଓ ଦେଶମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀରପୁତ୍ରମାନଙ୍କୁ ସ୍ମରଣ କରି ଗର୍ବ ଓ ଶ୍ରଦ୍ଧାର ସହ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ନିଜେ ବିଧାୟକ ଶ୍ରୀ କେ ଅନିଲ କୁମାର ପତାକା ଉତ୍ତୋଳନ କରିଥିଲେ ଏବଂ ନିଜ ଦଳୀୟ କର୍ମୀ ଙ୍କ ସହ ମିଶି ସମସ୍ତେ ତ୍ରିରଙ୍ଗା ପ୍ରତି ସମ୍ମାନ ଜଣାଯାଇଥିଲା। ଜାତୀୟ ସଙ୍ଗୀତ ଗାନ ସହ ବନ୍ଦେ ମାତରମ୍ ମଧ୍ୟ ଗାନ କରାଯାଇଥିଲା। ଦେଶର ସ୍ୱାଧୀନତା ପଛରେ ରହିଥିବା ଅସଂଖ୍ୟ ତ୍ୟାଗ, ସଂଘର୍ଷ ଓ ବଳିଦାନକୁ ସ୍ମରଣ କରି ଦେଶର ଏକତା, ଅଖଣ୍ଡତା ଓ ସାର୍ବିକ ବିକାଶ ପାଇଁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାର ସଂକଳ୍ପ ନିଆଯାଇଥିଲା।ସ୍ୱାଧୀନତା କେବଳ ଏକ ଉତ୍ସବ ନୁହେଁ; ଏହା ଆମ ପୂର୍ବଜଙ୍କ ତ୍ୟାଗର ସ୍ମୃତି ଓ ଆମର ଦାୟିତ୍ୱର ଅନୁଭବ। ଆସନ୍ତୁ, ଦେଶର ଗଣତନ୍ତ୍ର, ସମ୍ବିଧାନ ଓ ମୂଲ୍ୟବୋଧକୁ ସମ୍ମାନ ଦେଇ ଏକ ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତ ଗଠନରେ ନିଜର ଯୋଗଦାନ ରଖିବା। ଅନ୍ୟ ମାନଙ୍କ ଭିତରେ ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଳ, ପ୍ରଦୀପ ନାୟକ, ଶିବ ପ୍ରସାଦ ଦାଶ, ବଦ୍ରିନାରାୟଣ ନାୟକ, ରଞ୍ଜିତ ପଟ୍ଟନାୟକ, ମନିତା ଦାଶ, ସଂଜୟ ଜେନା, ମଣ୍ଡଳ ସଭାପତି ବିକ୍ରମ ଦାସ, ଜଗା ଜେନା,ରାମକୃଷ୍ଣ ପଟ୍ଟନାୟକ, ବର୍ଷା ବିଦୁସ୍ମିତା, ରୀତା ସେଠୀ, ସୁମନ୍ତ ଦଲେଇ, ଏ କିରଣ କୁମାର, ଙ୍କ ସମେତ ବିଜେପି ନେତା ଚନ୍ଦ୍ର ଶେଖର ଗଉଡ, ସବିତା ସୁଆର, ସରତ ପଟ୍ଟନାୟକ, କର୍ପୋରେଟର ସବିତା ସାହୁ, ପ୍ରେମଶିଳା ନନ୍ଦ, ଶିବ ୟାଦବ,ଭିକି ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ I

Also Read

Tags