ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

Pradeep Kar

ବ୍ରହ୍ମପୁର, ୧୬|୦୮|୨୦୨୬,ଅଗଷ୍ଟ ୧୬ ତାରିଖ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ପୁଣ୍ୟତିଥି ଅବସରରେ ସକାଳ ୭ଟା ସମୟରେ ବ୍ରହ୍ମପୁର ସ୍ଥିତ ରାମଲିଙ୍ଗ ପାର୍କ ପରିସରରେ ତିଳ ତର୍ପଣ ସହ ମହାନ ଜନନାୟକ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଜିଲ୍ଲା ସଭାପତି ସରୋଜ ସାବତ ଙ୍କ ନେତୃତ୍ଵରେ ରେ ଅନୁଷ୍ଠିତ ଏହି ସଭାରେ ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନୀଲ କୁମାର, ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନସାମନ୍ତରା, ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ନେତା ରମେଶ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ବନମାଳୀ ସେଠି, ପ୍ରବୀର ପାତ୍ର, ବିଷ୍ନୁ ସୁବୁଦ୍ଧି, ଅଶୋକ ଶୁକ୍ଳ, ସୁନୀଲ ସାହୁ,ପ୍ରଭାତ ଷଡଙ୍ଗୀ, ପାର୍ଥ ପାଢୀ, ଟି ଗୋପି, ସରତ ପଟ୍ଟନାଏକ, ମାନ ଗୋବିନ୍ଦ ପଟ୍ଟନାୟକ, ମୀନା ଦ୍ୟାନ ସାମନ୍ତରାୟ, ଉଷା ମହାପାତ୍ର, ସବିତା ସାହୁ, ବନିତା ସାହୁ, ମନିତା ଦାଶ, ସଂଜୟ ଜେନା, ପତିତ ଗନ୍ତାୟତ, କାହ୍ନା ପାତ୍ର,ସମସ୍ତ ମଣ୍ଡଳ ର ସଭାପତି ଗଣ, ମହିଳା ନେତ୍ରୀମାନେ, ବରିଷ୍ଠ ନେତୃବୃନ୍ଦ ଏବଂ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଅଟଳଜୀଙ୍କୁ ସ୍ମରଣ କରିଥିଲେ।ଅଟଳଜୀଙ୍କ ଆଦର୍ଶ, ରାଷ୍ଟ୍ରପ୍ରେମ, ତ୍ୟାଗ ଓ ଜନସେବାର ପଥ ଆମ ସମସ୍ତଙ୍କୁ ସଦା ପ୍ରେରଣା ଦେଇଚାଲିବ।

Also Read

Tags