ବ୍ରହ୍ମପୁର, ୧୫/୮: ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଞ୍ଜିପଲ୍ଲୀ, ଗୁଡ୍ସେଡ୍ ରୋଡ୍ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ସ୍ୱାଧୀନତା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହି ଅବସରରେ ଅବସରପ୍ରାପ୍ତ ନ୍ୟାୟାଧୀଶ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ (ଭିଜିଲାନ୍ସ) ଶ୍ରୀ ଦେବଦତ୍ତ ପଟ୍ଟନାୟକ ମୁଖ୍ୟ ବକ୍ତା ଏବଂ ପୂର୍ବତନ ବିଧାୟକ ଶ୍ରୀ ସୀମାଞ୍ଚଳ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟ ସଭାପତି ଶ୍ରୀ ପ୍ରଶାନ୍ତ ମହାପାତ୍ର, ସମ୍ପାଦିକା ଶ୍ରୀମତୀ ଅନିତା ପାଢ଼ୀ, ଶ୍ରୀ ରଞ୍ଜନ ପଲେଇ, ଶ୍ରୀମତୀ ଲକ୍ଷ୍ମୀ ବେହେରା, ବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ମଧୁଛନ୍ଦା ମିଶ୍ର ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ଚୁମ୍କି ପାତ୍ର ମଧ୍ୟ ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ ପରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଅତିଥିମାନେ ବିଦ୍ୟାଳୟର ଏନ୍ସିସି, ସ୍କାଉଟ୍ ଓ ହାଉସ୍ ଟ୍ରୁପ୍ର ନିରୀକ୍ଷଣ କରିଥିଲେ। ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ପରେଡ୍ ମାଧ୍ୟମରେ ଅତିଥିମାନଙ୍କୁ ସଲାମୀ ପ୍ରଦାନ କରିଥିଲେ।ଅତିଥିମାନେ ନିଜ ନିଜ ଉଦ୍ବୋଧନରେ ଦେଶପ୍ରେମ, ଦେଶର ଏକତା ଓ ଦାୟିତ୍ୱବୋଧ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଦେଶାତ୍ମବୋଧକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଅତିଥି ଓ ଅଭିଭାବକମାନଙ୍କ ମନ ମୋହିଥିଲେ। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ୧୦,୮୦୦ ବର୍ଗଫୁଟ୍ ବିଶିଷ୍ଟ ବିଶାଳ ତ୍ରିରଙ୍ଗା ପତାକା। ସମଗ୍ର ଗଞ୍ଜାମ ଜିଲ୍ଲାର ବୃହତ୍ତମ ପତାକା ଭାବେ ପରିଚିତ ଏହି ବିଶାଳ ତ୍ରିରଙ୍ଗା ବିଦ୍ୟାଳୟ ପରିସରରେ ଦେଶପ୍ରେମର ଅପୂର୍ବ ପରିବେଶ ସୃଷ୍ଟି କରିଥିଲା। ଶ୍ରୀମାନ ପ୍ରୀତମ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ବୃହତ୍ ତ୍ରିରଙ୍ଗା ପତାକାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ବିଭିନ୍ନ ହାଉସ୍ର ଇନ୍ଭେଷ୍ଟିଚର ସେରିମନି ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସାଂସ୍କୃତିକ ବିଭାଗ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସୁଚାରୁ ପରିଚାଳନାରେ ସମଗ୍ର କାର୍ଯ୍ୟକ୍ରମ ସୁନ୍ଦର ଓ ସଫଳତାର ସହ ସମ୍ପନ୍ନ ହୋଇଥିଲା।




