ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସହିଦ ପୀଠରେ ୮୦ ତମ ସ୍ବାଧିନତା ଦିବସ ପାଳନ

Pradeep Kar

ବ୍ରହ୍ମପୁର, ୧୬|୮,ଗଞ୍ଜାମ ଜିଲ୍ଳା ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏହିଅବସରରେ ସଂଘ ସଦସ୍ୟ ମାନେ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ଜଗଦଳପୁର ଗ୍ରାମର ସହିଦ ଶ୍ରୀନିବାସ ଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ । ସହିଦ ପୀଠରେ ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଲାଞ୍ଚ ନାଏକ ସହିଦ ଶ୍ରୀନିବାସ ପାତ୍ର ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କରି ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସହିଦ ଶ୍ରୀନିବାସ ଙ୍କ ବଡ ଭାଇ ଏସ କ୍ରୀଷ୍ଣା ପାତ୍ରଙ୍କ ଉପସ୍ଥିତ ଥିଲେ । ସେନା କର୍ମଚାରୀ ସଂଘ ସଭାପତି କାଳୁ ଚରଣ ପ୍ରଧାନ ଙ୍କ ନେତୃତ୍ୱରେ ଉପସଭାପତି ନିକୁଞ୍ଜ ପ୍ରଧାନ ,ସମ୍ପାଦକ ଅଭୟ ଚରଣ ପାତ୍ର,ପ୍ରସନ୍ନ ଚୌଧୁରୀ ଏବଂ ଗଣମାଧ୍ୟମ ସଂଯୋଜକ ଶିବଶଙ୍କର ମାଝୀ,ଚିତ୍ରସେନ ବାରିକ ଙ୍କ ସମେତ ଶତାଧିକ ସଦସ୍ୟ ଯୋଗଦେଇଥିଲେ ।

Also Read

Tags