ବ୍ରହ୍ମପୁର, ୧୮/୦୮ କବି ସମ୍ରାଟ ଶ୍ରୀ ଉପେନ୍ଦ୍ର ଭଞ୍ଜ ଙ୍କୁ ସାହିତ୍ୟ ଏବଂ ସାଂସ୍କୃତିକ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ହୋଟେଲ୍ ମୋତି ସମ୍ମିଳନୀ କକ୍ଷରେ ଅନେଶ୍ୱା କଳା କେନ୍ଦ୍ର ତରଫରୁ ମହେନ୍ଦ୍ର କଳା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ୱପ୍ନିଳ ଓଡ଼ିଶା: ଭଞ୍ଜ ସ୍ମୃତିରେ ନାମରେ ଏକ ସ୍ୱତନ୍ତ୍ର କାଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ମୁଖ୍ୟ ପରିଚାଳିକା ତଥା ସମ୍ପାଦିକା ଉଷାରାଣୀ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୁର୍ବତନ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ରୂପେ କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ନାଳନ୍ଦା ମହାବିଦ୍ୟାଳୟ ଅଧକ୍ଷ କାଳୀ ଚରଣ ସାହୁ, ଅବସର ପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ଯାମିନୀ କାନ୍ତ ଦାସ , ବିଶିଷ୍ଟ ଶିଳ୍ପପତି କେ. ରାଜ୍ କୁମାର ସେନାପତି, ବରିଷ୍ଠ ସାମ୍ୱାଦିକ ତଥା କଣ୍ଠଶିଳ୍ପୀ ସୁଦୀପ କୁମାର୍ ସାହୁ , ଅଭିନୟ ଜଗତ ସମ୍ପାଦକ ଡ ମିହିର ତ୍ରିପାଠୀ ଏବଂ ସମାଜ ସେବି ବଲ୍ଲଭ ଚନ୍ଦ୍ର ପାଣିଗ୍ରାହୀପ୍ରମୁଖ ଯୋଗ ଦେଇଥିଲେ । ପୂର୍ବରୁ ଆୟୋଜିତ ପ୍ରତି ଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଏଠାରେ ପୁରସ୍କାର ପ୍ରଦାନ କରାଯିବା ସହ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।କଳା କେନ୍ଦ୍ର ତରଫରୁ ଏଠାରେ ବର୍ଷୀୟାନ ସାହିତ୍ୟ ଗବେଷକ କବି ଏବଂ ଭଞ୍ଜ ଉପାସକ କୃଷ୍ଣ ଚନ୍ଦ୍ର ତ୍ରୀପାଠୀ ଙ୍କୁ ଭଞ୍ଜ ସ୍ମୁତି ସ୍ମାରକୀ ଓ ମହାକାଶ ସ୍ଥାପତ୍ୟରେ ଉଦୀୟ ମାନ ତାରକା ତଥା କେନ୍ଦ୍ର ର ପୂର୍ବତନ ଛାତ୍ର ବିଶ୍ୱଜିତ୍ ଦାସ ଙ୍କୁ ସମ୍ମାନିତ କରାଯାଇଥିଲା । ସେହି ପରୀ ନିମନ୍ତ୍ରିତ ଅତିଥି ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।
ଅନେଶ୍ୱା କଳାକେନ୍ଦ୍ର ର, ସ୍ବପ୍ନିଳ ଓଡ଼ିଶା: ଭଞ୍ଜ ସ୍ମୃତିରେ” ସ୍ୱତନ୍ତ୍ର କାଯ୍ୟକ୍ରମ





