ପଦ୍ମଶ୍ରୀ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ 124ତମ ଜୟନ୍ତୀ ପାଳିତ

Pradeep Kar

ବ୍ରହ୍ମପୁର,19।8: ବିଶିଷ୍ଟ ଐତିହାସିକ ତଥା ପଦ୍ମଶ୍ରୀ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ 124ତମ ଜୟନ୍ତି ପାଳିତ ହୋଇଯାଇଛି। ସ୍ଥାନୀୟ ଗଜପତିନଗର ସ୍ଥିତ ପୌର ପାଠାଗାରରେ ଗଜପତି ଜିଲ୍ଲା ନାଗରିକ ସଂଘ ପକ୍ଷରୁ ଏହି ଉତ୍ସବ ଆୟୋଜିତ ହୋଇଥିଲା। ସଂଘର ସଭାପତି ଡଃ ରାମକୃଷ୍ଣ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ବିପିନ ନାୟକ ଏବଂ ମୁଖ୍ୟବକ୍ତା ଭାବେ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଏହି ଅବସରରେ ସଂଘ ପକ୍ଷରୁ ଗୁରୁ ଗୌର ଚନ୍ଦ୍ର ପଣ୍ଡାଙ୍କୁ ଡଃ ସତ୍ୟନାରାୟଣ ରାଜଗୁରୁ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଅଧ୍ୟାପକ ଡ଼. ପ୍ରଫୁଲ କୁମାର ରଥ ଅତିଥି ପରିଚୟ ସହିତ ସ୍ଵାଗତ ଭାଷଣ ଦେଇଥିଲେ। ବିଶିଷ୍ଟ ଐତିହାସିକ ପଦ୍ମଶ୍ରୀ ଡଃ ସତ୍ୟନାରାୟଣ ରାଜଗୁରୁ ଓଡିଶା ଇତିହାସକୁ ନୂଆ ରୁପ ଦେଇଥିବା ବେଳେ ଶିଳା ଲିପି ଉପରେ ତାଙ୍କର ବେଶ ଦକ୍ଷତା ଥିଲା। ଓଡିଶା ଇତିହାସ ସମ୍ପର୍କରେ ଅଧିକ ଜାଣିବାକୁ ହେଲେ ପଦ୍ମଶ୍ରୀ ରାଜଗୁରୁଙ୍କ ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କବି ବିପିନ ନାୟକ ମତ ବ୍ୟକ୍ତ କରିଥିଲେ। ଶେଷରେ ସଂଘର ସମ୍ପାଦକ ଇଂ ତୀର୍ଥବାସି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବ୍ରହ୍ମପୁରରେ ଅବସ୍ଥାନ କରୁଥିବା ଗଜପତି ଜିଲ୍ଲାର ବହୁ ସଂଖ୍ୟକ ନାଗରିକ ଉପସ୍ଥିତ ଥିଲେ।

Also Read

Tags