ବ୍ରହ୍ମପୁର, ୨୦|୮(ଆ.ପ୍ର) ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ କୁ ପାଳନ କରିଛି ଗଞ୍ଜାମ ଜିଲ୍ଲା (ପୂର୍ବ) କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି (ପୂର୍ବ) ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବାପୁଜୀ ଆଶ୍ରମ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ ତତ୍କାଳୀନ କଂଗ୍ରେସରେ ରହିଥିବା ସ୍ଥିରତା ଏବଂ ଲୋକପ୍ରିୟତା ଉପରେ ଆଲୋକପାତ କରିଥିଲେ କଂଗ୍ରେସ ସଭାପତି। କଂଗ୍ରେସ ନେତୃତ୍ୱ ସମୟରେ ଗାନ୍ଧୀ ପରିବାରର କଂଗ୍ରେସ ଦଳ ଓ ଭାରତ ରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ଖଟେଇ। ଏହିଅବସରରେ କଂଗ୍ରେସ ଉପସଭାପତି ବୃନ୍ଦାବନ ଖଟେଇ ,ମହିଳା ସଭାନେତ୍ରୀ ସୁବାସିନୀ ପଟ୍ଟନାୟକ, ମିଡିଆ ସେଲ ଅଧ୍ୟକ୍ଷ ସିଦ୍ଧାନ୍ତ କୁମାର୍ ସାହୁ,ପ୍ରହଲ୍ଲାଦ ଗୌଡ଼, କାଳୀ ପ୍ରସାଦ ପାଢ଼ୀ ଙ୍କ ସମେତ ଛାତ୍ର, ଯୁବ, ମହିଳା କଂଗ୍ରେସ ଓ ସେବା ଦଳ ର ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ





