ବ୍ରହ୍ମପୁର, ୨୦/୦୮ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ,ଭୁବନେଶ୍ୱର, ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ,ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି,ବ୍ରହ୍ମପୁରର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ “ଲୋକରଞ୍ଜନୀ” ଓଡ଼ିଶା ସରକାରଙ୍କ ତରଫରୁ ” ବିଜୁ ପଟ୍ଟନାୟକ ସଂସ୍କୃତି ଭବନ” ,ବ୍ରହ୍ମପୁର ଠାରେ ତିନିଦିନ ଧରି ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏକାଡ଼େମୀ ତରଫରୁ ସଂସ୍କାର ଭାରତୀ ଓ ଓଡ଼ିଶା ନାଟକ ସମାରୋହ ସମିତି,ବ୍ରହ୍ମପୁର ଦ୍ୱାରା ଆୟୋଜିତ ଏହି ଲୋକ ନାଟକ ମହୋତ୍ସବର ଅନ୍ତିମ ରଜନୀରେ ରେ ଜଗତସିଂହପୁର ବାଣୀ କ୍ଷେତ୍ର ନାଟ୍ୟ ପରିଷଦ ତରଫରୁ ଗୀତିନାଟ୍ୟ, ଗଞ୍ଜାମ ଶ୍ରୀ ଶ୍ରୀ ମା ଦେଵୀ ନାଟ୍ୟ କଳା ସଂସଦ ତରଫରୁ ଭାରତ ଲୀଳା ଓ ଗଜପତି ସଙ୍କଟ ତାରିଣୀ ନାଟ୍ୟ କଳା ସଂସଦ ତରଫରୁ ଭୂତକେଳି ପରିବେଷଣ କରାଯାଇଥିବା ବେଳେ ଦର୍ଶକ ମାନେ ଉତ୍ସାହର ସହ ଉପଭଗ କରିଥିଲେ।ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଙ୍କ ପରାମର୍ଶ କ୍ରମେ ଏପରି ମହୋତ୍ସବ ପରିଚାଳିତ ହେଉଅଛି । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ରୂପେ , ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରୀପାଠୀ, ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅଦିତୀ ଆଚାର୍ଯ୍ୟ ଓଡ଼ିଶା ନାଟକ ସମାରୋହ ସମିତି ସାଧାରଣ ସମ୍ପାଦକ ଶ୍ରୀ ନାରାୟଣ ମହାଙ୍କୁଡ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସାଧାରଣ ପରିଷଦ ସଦସ୍ୟ ଶ୍ରୀ ଗଦାଧର ବାରିକ , ସଂସ୍କାର ଭାରତୀ ଓଡିଶା ପ୍ରଦେଶ ସଂଯୋଜକ ଶ୍ରୀ ନିରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇ ବ୍ରହ୍ମପୁରରେ ପ୍ରଥମ ଥର ଏପରି ଲୋକ କଳା ମହୋତ୍ସବ ଆୟୋଜନ କରାଯାଇଥିବାରୁ ଆୟୋଜକ ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଏପରି ମହୋତ୍ସବ ଦ୍ବାରା ଲୋକ କଳାର ବିକାଶ ହୋଇପାରୁଥିବା କହିଥିଲେ । ଏହି କାର୍ଯ୍ୟକ୍ରମକୁ ସଭପତି ଅନୀଲ କୁମାର ପାତ୍ର ପୂର୍ଣ୍ଣ ସହୋଜଗ ତଥା ଗଞାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କାର୍ଯ୍ୟକାରି ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ଯ, କୈଳାଶ ପାଣିଗ୍ରାହୀ, କାର୍ତ୍ତିକ ପାଣିଗ୍ରାହି , ଆରତୀ ପାତ୍ର, କୁନି ପଣ୍ଡା, ହରିଶ୍ଚନ୍ଦ୍ର ବରାଡ , ମୃତାଞ୍ଜୟ ତ୍ରିପାଠୀ , ଜୟନ୍ତୀ ମିଶ୍ର , ଅଭିରାମ ରାଉଳ , ବଳଦେବ ସାହୁ, କୃଷ୍ଣ ପଣ୍ଡା,ସରୋଜ ପଣ୍ଡା, ଅଶୋକ ପାତ୍ର ,ସୁନୀଲ ସ୍ବାଇଁ, ସୁଦୀପ କୁମାର୍ ସାହୁ , ମିହିର ପାଣିଗ୍ରାହି, ବିନାୟକ ହୋତା ସତ୍ୟ ଦାସ ଙ୍କ ସମେତ ବହୁ କଳାପ୍ରେମୀ ଓ କର୍ମକର୍ତ୍ତା ଏଠାରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ଶ୍ରୀ ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଅତିଥି ଓ କଳାକାର ମାନଙ୍କୁ ଏଠାରେ ସମ୍ମାନିତ କରାଯାଇଥିଲା ।
ଲୋକରଞ୍ଜନୀ ମହୋତ୍ସବର ଅନ୍ତିମ ରଜନୀରେ ଗୀତ, ନାଟ୍ୟ, ଭାରତ ଲୀଳା, ଭୂତକେଳି ପରିବେଷଣ





