ବ୍ରହ୍ମପୁର, ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ନିମଖଣ୍ଡି ଥାନା ପୁଲିସ ଚଢ଼ାଉ କରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଗତକାଲି ରାତ୍ର ୯ଟା ସମୟରେ ବୋରିଗାଁ ଶ୍ମଶାନ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ଜୁଆଡି ମାନେ ପୋଲିସ ଗାଡ଼ି ଦେଖି ଅତି ଚତୁରତା ସହ ଘଟଣା ସ୍ଥଳରୁ ଚମ୍ପଟ୍ଟ ମାରିବାରେ ସଫଳ ହୋଇଥିଲେ। କିନ୍ତୁ ସାଙ୍ଗରେ ଆଣିଥିବା ବାଇକ୍ ନେବାରେ ବିଫଳ ହୋଇଥିଲେ ଜୁଆଡି ମାନେ । ପୋଲିସ ଜୁଆ ଆଡ୍ଡା ସ୍ଥଳରୁ ପାଞ୍ଚଟି ବାଇକ୍ ଜବତ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି।





