ବ୍ରହ୍ମପୁର, ତା 22-8-2026 ସ୍ଥାନୀୟ ବିଜିପୁର ସନ୍ତୋଷୀ ମା କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ବିଜୁପଟନାୟକ ସିନିଅର ସିଟିଜେନ୍ସ ଫୋରମ ର ମାସିକ ସାଧାରଣ ପରିଷଦ ବୈଠକ କାର୍ଯ୍ୟକାରୀ ସଭାପତି ଡାକ୍ତର ଇନ୍ଦୁ ଭୂଷଣ ପଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି I ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ ଗତ ମାସ ବୈଠକ ବିବରଣୀ ପ୍ରଦାନ କରିଥିଲେ l ଆଜିର ବୈଠକ ରେ କୋଷାଧକ୍ଷ ଶ୍ରୀ ମନମୋହନ ପରିଛା ନୂତନ କୋଷାଧକ୍ଷ ଶ୍ରୀ ଶରତ କୁମାର ପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ I ନୂତନ କୋଷାଧକ୍ଷଶ୍ରୀ ଶରତ କୁମାର ପାତ୍ର ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ l ସଭାପତିତ୍ୱ କରୁଥିବା କାର୍ଯ୍ୟକାରୀ ସଭାପତି ଡାକ୍ତର ଇନ୍ଦୁ ଭୂଷଣ ପଟନାୟକ ଆଜିର ବୈଠକ ର ଅଭିମୁଖ୍ୟ ତଥା ଫୋରମ ର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ.ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ ଫୋରମ ର ରାଜ୍ୟସରକାରଙ୍କ ନବୀକରଣ ଉପରେ ଆଲୋକପାତ କରିଥିଲେ l ଆସନ୍ତା ନଭେମ୍ବର ଶେଷ ସପ୍ତାହ ରେ ଫୋରମ ର ତ୍ରୟ ବାର୍ଷିକ ସମୀଳନୀ ଅନୁଷ୍ଠିତ ହେବା ଉପରେଆଲୋଚନା ହୋଇଥିଲା I ସର୍ବସମ୍ମତି କ୍ରମେ ଆସନ୍ତା ନଭେମ୍ବର ଶେଷ ସପ୍ତାହ ରେ ଫୋରମ ର ତ୍ରୟ ବାର୍ଷିକ ସମିଳନୀ ସ୍ଥାନୀୟ ହିଲପାଟଣାସ୍ଥିତ ବିଜୁପଟନାୟକ ସଂସ୍କୃତି ଭବନ ଠାରେ କରିବା ପାଇଁ ନିଷ୍ପତ୍ତି କରାଗଲା I ଆୟୋଜନ ନିମନ୍ତେ ସମ୍ଭାବ୍ୟ ବଜେଟ ଓ ଆୟୋଜକ କମିଟି ଓ କାର୍ଯ୍ୟକ୍ରମ ର ରୂପରେଖ ଉପରେ ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ ସୂଚନା ପ୍ରଦାନ କରିଥିଲେ ଓ ସମ୍ମି ଳ ନୀ ର ସଫଳତା ନିମନ୍ତେ ସମସ୍ତ ଙ୍କ ର ସହଯୋଗ କାମନା କରିଥିଲେ I ଆଜିର ଏହି ବୈଠକ ରେ ନୂତନ ସଦସ୍ୟ ଭାବରେ ଡ଼. ଶଙ୍କର ପ୍ରସାଦ ମାଝୀ ଓ କିଶୋର କlପୁର ଯୋଗଦାନ କରି ନିଜନିଜର ପରିଚୟ ପ୍ରଦାନ କରିଥିଲେ l ଉପସ୍ଥିତ ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ମାନେ କରତାଳି ଦେଇ ସ୍ୱାଗତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଏସ. ମହେଶ୍ୱର ପୃଷ୍ଟି, ସମ୍ପାଦକ ଶ୍ରୀ ଭୀଷ୍ମଚାର୍ଯ୍ୟ ଚୌଧୁରୀ, ପୂର୍ଣ୍ଣ ଚନ୍ଦ୍ର ମହାରଣା, ପ୍ରଶାନ୍ତ କୁମାର ମହାପାତ୍ର,ମନମୋହନ ପରିଛା, ସମୀକ୍ଷକ ଶ୍ରୀ ସୁରେନ୍ଦ୍ର ମହାପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରାଧା କୃଷ୍ଣ ମହାରଣା, ରବୀନ୍ଦ୍ର ମୋହନ ପଟନାୟକ, କୃଶ୍ଚବ ମହାରଣା, ରାଜେନ୍ଦ୍ର ଚାରଲେସ, ରବି ମହାରଣା,ଏମ ଏସ ଏ ମଲ୍ଲିକ,ଅଶୋକ କୁମାର ଦାସ, ସନାତନ ବେହେରା, ଦେବାନନ୍ଦ ବିଶ୍ୱାସ, ଭଗବାନ ପାତ୍ର, କେ. ସୁନ୍ଦର ରାଓ, ଭଗବାନ ସାବତ, ସୁବାସ ଚନ୍ଦ୍ର ପଣ୍ଡା, ନୀଳମାଧବ ପାତ୍ର, ଡାକ୍ତର ପ୍ରଫୁଲ୍ଲ କୁମାର ଦଳାଇ ପ୍ରମୁଖ ବହୁ ସଦସ୍ୟ ଯୋଗ ଦାନ କରି ଆଲୋଚନା ରେ ଭାଗ ନେଇଥିଲେ.ଶେଷ ରେ ଉପସଭାପତି ଶ୍ରୀ ଏସ. ମହେଶ୍ୱର ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ l ସାଧାରଣ ସମ୍ପାଦକ l
ଗଞ୍ଜାମ ଜିଲ୍ଲା ବିଜୁପଟନାୟକ ସିନିଅର ସିଟିଜେନ୍ସ ଫୋରମ ର ମାସିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ





