ଆଜି ପୁଣି ଏମକେସିଜି ମେଡିକାଲ ରୋଗୀଙ୍କ ମନରେ ଅଗ୍ନିକାଣ୍ଡର ଭୟ

Pradeep Kar

ବ୍ରହ୍ମପୁର, ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ମେଡ଼ିସିନ ବିଭାଗର ଏକ ବୋର୍ଡ଼ରେ ଧୂଆଁ ବାହାରୁଥିବା ରୋଗୀ ଦେଖିବାକୁ ପାଇଥିଲେ। ପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଅବଗତ କରାଯାଇଥିଲା। ଘଟଣା ସ୍ଥଳରେ ସେମାନେ ତୁରନ୍ତ ପହଞ୍ଚିଲେ। ବିଶେଷ କିଛି ନୁହଁ, ବୋର୍ଡରେ ଧୂଆଁ ବାହାରୁଥିବା ଦେଖିଥିଲେ। ଏହାକୁ ନିୟନ୍ତ୍ରଣ କରିଥିଲେ। କିନ୍ତୁ ସଠିକ୍ ସମୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ବଡ଼ ଅଘଟଣ ଘଟିବା ପୂର୍ବରୁ ଅଟକି ଯାଇଥିଲା। ହେଲେ ଜିଇଡି ବିଭାଗର ଅବହେଳା ଆଉ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସମୟରେ ଏଭଳି ପରିସ୍ଥିତିରେ ଦେଖିବାକୁ ମିଲୁଛି। ମେଡ଼ିକାଲର ବିଭିନ୍ନ ୱର୍ଡକୁ ସଠିକ୍ ଭାବେ ବିଦ୍ୟୁତ ଯୋଗାଣ ଓ ମରାମତି ପାଇଁ ପ୍ରତ୍ୟେକ ମାସରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଏହା ପରେ ମଧ୍ୟ ବିଭିନ୍ନ ସମୟରେ ଏଭଳି ଅଗ୍ନିକାଣ୍ଡ ନେଇ ରୋଗୀଙ୍କ ମନରେ ଛନକା ପଶୁଛି। ସବୁଠାରୁ ବଡ଼ କଥା ଜିଇଡି ବିଭାଗ ପକ୍ଷରୁ କେଉଁ କାର୍ଯ୍ୟ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି। ତାହା ସମ୍ପର୍କରେ ମେଡିକାଲ ଅଧୀକ୍ଷକଙ୍କୁ ଅବଗତ କରାଯାଉ ନାହିଁ।

Also Read

Tags