ବ୍ରହ୍ମପୁର-ସମସ୍ତଙ୍କୁ ଏକକ ସୂତ୍ରରେ ବାନ୍ଧି, ନିର୍ଦ୍ଧାରିତ ନୀତି ନିୟମ ମଧ୍ୟମରେ ରଖି ନାଟକର ବିକାଶ ଉର୍ଦ୍ଧେଶ୍ୟରେ, କଳାକାରଙ୍କ ପେଟପାଟଣାକୁ ଆଖି ଆଗରେ ରଖି ରବିବାର ଏକତ୍ରୀତ ହୋଇଛନ୍ତି ଚିତ୍ରାଳୟ, ସଙ୍ଗୀତ ଓ ନିର୍ଦ୍ଦେଶକ ମହାସଂଘ । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସର୍କିଟ ହାଉସ ପରିସରରେ ତିନୋଟି ଯାକ ସଂଗଠନର ସ୍ୱତନ୍ତ୍ର ୧୫ ଜଣିଆ କମିଟିକୁ ନେଇ ଓଡିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଂଜାମ ଶାଖାର ସଭାପତି ରାଜଗୋପାଳ ପାଢ଼ୀଙ୍କ ଆବହାନରେ ଆୟୋଜିତ ଏହି ତ୍ରିକୋଣୀୟ ନୀତି ନିର୍ଦ୍ଧାରଣ ସମନ୍ୱୟ ବୈଠକରେ ତିନୋଟି ସଂଗଠନ ଏକତ୍ରୀତ ଭାବେ ସଂଘୀୟ ବ୍ୟବସ୍ଥାରେ କାର୍ଯ୍ୟ କରିବା ନେଇ ନିଷ୍ପତି ନେଇଥିଲେ । ଏକ ନାଟକ ପାଇଁ ଚିତ୍ରାଳୟ, ସଙ୍ଗୀତ ଭଳି ଜଣେ ନିର୍ଦ୍ଦେଶକଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେହି ଦୃଷ୍ଟିରୁ ସମସ୍ତେ ମିଳିମିଶି କାର୍ଯ୍ୟ କଲେ ସମସ୍ତଙ୍କ ସ୍ୱାର୍ଥ ହାସଲ ହୋଇପାରିବ ବୋଲି ସମସ୍ତେ ମତପୋଷଣ କରିଥିଲେ । ଆୟୋଜିତ ସମନ୍ୱୟ ବୈଠକରେ ଚିତ୍ରାଳୟ ମହାସଂଘର ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଞ୍ଚାଳନ କରି ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ ଆୟୋଜିତ ବୈଠକରେ ଚିତ୍ରାଳୟ ଓ ସଙ୍ଗୀତ ଅନୁଷ୍ଠାନର ଉପଦେଷ୍ଟା ବିଜୟ କୁମାର ସାହୁ, ସଙ୍ଗୀତ ସଂଘର ରାଜ୍ୟ ସଭାପତି ସନ୍ତୋଷ ଖାଡଙ୍ଗା,ସମ୍ପାଦକ ଅଭିଜିତ ବିଶ୍ୱାଳ,ଜିଲ୍ଲା ସଭାପତି ସନ୍ତୋଷ ବେହେରା, ନିର୍ଦ୍ଦେଶକ ସଂଘର ରାଜ୍ୟ ଉପଦେଷ୍ଟା ମଦନ ମିଶ୍ର, ଉପସଭାପତି ଟୁଟୁ ପାଢ଼ୀ,ସହ-ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା,ଜିଲ୍ଲା ସମ୍ପାଦକ ଭାସ୍କର ସେନାପତି,କୋଷାଧ୍ୟକ୍ଷ ଗୌତମ ବାଡ଼ତ୍ୟା ,ଚିତ୍ରାଳୟ ସଂଘ ଜିଲ୍ଲା ସଭାପତି ଦିଲ୍ଲୀପ ସାମନ୍ତରା,ତ୍ରିଲୋଚନ ମହାରଣା,ସୀମା ମହାନ୍ତି,ଅନନ୍ତ ଦାସ,ଧୃବ ବିଷୋୟୀ,ଚିଣ୍ଟୁ ମହାପାତ୍ର ପ୍ରମୂଖ ଉପସ୍ଥିତ ରହି ବିଭିନ୍ନ ନୀତି ନିୟମ ନିର୍ଦ୍ଧାରଣ କରିଥିଲେ ।
ନାଟକର ବିକାଶ ପାଇଁ ଏକତ୍ରୀତ ହେଲେ ଚିତ୍ରାଳୟ,ସଙ୍ଗୀତ ଓ ନିର୍ଦ୍ଦେଶକ ମହାସଂଘ





