ବ୍ରହ୍ମପୁର ତା 25.08.2026 ରିଖରେ ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଚକ୍ଷୁ ବିଭାଗ ପକ୍ଷରୁ 41 ତମ ଚକ୍ଷୁଦାନ ପକ୍ଷ ପାଳନର ପ୍ରଥମ ଦିବସରେ ଏକ ସଚେତନତା ପଦଯାତ୍ରା କରାଯାଇଛି I ଏହି କାର୍ଯ୍ୟକ୍ରମରେ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ , ମାରୁଆଡ଼ି ମହିଳା ସମିତି ସହଯୋଗ କରିଥିଲେ I ପଦଯାତ୍ରା ଆରମ୍ଭରୁ ଫ୍ରେଣ୍ଡସ୍ ହେଲପିଙ୍ଗ୍ କ୍ଲବ ଦ୍ଵାରା ପ୍ରସ୍ତୁତ ପ୍ରଚାର ପତ୍ର (leaflet)କୁ ଚକ୍ଷୁ ବିଭାଗର ମୁଖ୍ୟ ପ୍ରୋଫେସର ଡଃ. ସରିତା ପଣ୍ଡା ଉନ୍ମୋଚନ କରିଥିଲେ I ପ୍ରଥମେ ଶ୍ରୀ ବି. ଲକ୍ଷ୍ମୀନାରାୟଣ ପାତ୍ର, ଏହି ପ୍ରକଳ୍ପର ଅଧ୍ୟକ୍ଷ ସମ୍ୟକ ସୂଚନା ଦେଇ 25.08.26 ତାରିଖଠାରୁ 08.09.26 ଯାଏ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ସଚେତନତା ପାଇଁ ପଥ ପ୍ରାନ୍ତ ସଭା ଓ ପଦଯାତ୍ରା କରିବା ପାଇଁ ସ୍ଥିର କରାଯାଇଛି ବୋଲି କହିଥିଲେ I ଚକ୍ଷୁ ବିଭାଗ ଠାରୁ ପଦଯାତ୍ରାରେ ବାହାରି କଲେଜର ମୁଖ୍ୟ ଦ୍ୱାରରେ ଓ OPD ଠାରେ ପଥ ପ୍ରାନ୍ତ ସଭା କରାଯାଇଥିଲା I ଏଥିରେ ଚକ୍ଷୁ ବିଭାଗର ମୁଖ୍ୟ ପ୍ରୋଫେସର ସରିତା ପଣ୍ଡା, ଅବସରପ୍ରାପ୍ତ ମୂଖ୍ୟ ପ୍ରୋଫେସର ଡଃ. ବି. ନାଗେଶ୍ଵର ରାଓ ସୁବୁଦ୍ଧି, ପ୍ରୋଫେସର ପ୍ରଜ୍ଞା ପଣ୍ଡା, ଡଃ. ଶିବାନୀ ଦେବୀ, ଫ୍ରେଣ୍ଡସ୍ ହେଲପିଙ୍ଗ୍ କ୍ଲବ ର ପୂର୍ବତନ ସଭାପତି ଇ.ଟି.ରାଓ, କେ.ନାନ୍ଦେଶୁ ସେନାପତି, କେ. ନାଗେଶ୍ଵର ରାଓ ବକ୍ତବ୍ୟ ରଖିଥିଲେ I ଭାରତରେ କରିନିଆ ଜନିତ ସମ୍ପୂର୍ଣ୍ଣ ବା ଆଂଶିକ ଦୃଷ୍ଟି ହରାଇ ଥିବା ବ୍ୟକ୍ତି ପ୍ରାୟ 30 ଲକ୍ଷ୍ୟ ଲୋକଥିବା ଓ ଏମାନଙ୍କୁ ଦୃଷ୍ଟି ଶକ୍ତି ଯୋଗାଇବାର ଏକମାତ୍ର ପନ୍ଥା ଅନ୍ୟ ମୃତବ୍ୟକ୍ତି ଠାରୁ ସଂଗ୍ରହ କରାଯାଇ ଥିବା କରିନିଆ ପ୍ରତିରୋପଣ ଫଳରେ ଏହା ସମ୍ଭବ I ଭାରତରେ 2025 ମସିହାରେ କେବଳ 53797 କରିନିଆ ସଂଗ୍ରହ କରାଯାଇଥିଲା I ଏହାକୁ ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଏହି ପକ୍ଷ ପାଳନ କରାଯାଇ ସଚେତନତା ସୃଷ୍ଟି କରାଯାଉଛି ବୋଲି ବକ୍ତାମାନେ କହିଥିଲେ I ଯେଉଁ ବ୍ୟକ୍ତି ମୃତ୍ୟୁ ପରେ ଚକ୍ଷୁ ଦାନ କରିବା ପାଇଁ ଇଚ୍ଛୁକ, ତାଙ୍କ ଦାୟାଦ ବା ବନ୍ଧୁବାନ୍ଧବ ପ୍ରଥମେ ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ତକିଆ ଦେଇ ରଖିବେ ଓ ଆଖିରେ ଓଦା ତୁଳା ବା କନାଦେଇ ଘୋଡାଇ ରଖିବା ପରେ ଚକ୍ଷୁ ବିଭାଗକୁ ଜଣାଇଲେ ଚକ୍ଷୁ ବିଶେଷଜ୍ଞ ଘରକୁ ପହଂଚି ଚକ୍ଷୁ (କରିନିଆ) ବା ଆଖି ଉପରେ ଥିବା ସ୍ଵଚ୍ଛପରଳ ସଂଗ୍ରହ କରିବେ I ଏଠାରେ ମନେରଖିବାକୁ ପଡିବ ମୃତ୍ୟୁର ଛଅ ଘଣ୍ଟା ମଧ୍ୟରେ ଏହା ହେବାକୁ ପଡିବ I ଏହି ସ୍ଵଚ୍ଛ ପରଳ ଦୁଇଟିକୁ ନେଇ ଚକ୍ଷୁ ବ୍ୟାଙ୍କରେ ରଖାଯାଏ ଓ କରନିଆ ଯୋଗୁଁ ହୋଇଥିବା ଅନ୍ଧ ବ୍ୟକ୍ତିଙ୍କ ଠାରେ ପ୍ରତି ରୋପଣ କରାଯାଏ ଓ ବ୍ୟକ୍ତିଟି ଦୃଷ୍ଟିପାଇ ଏହି ପୃଥିବୀର ଆଲୋକ ଦେଖିପାରିବେ I ଜନ ସାଧାରଣ ଆଗକୁ ଆସି ମୃତ ଶରିରକୁ ପୋତି ବା ପୋଡିବା ପୂର୍ବରୁ ଚକ୍ଷୁ ଦାନ କରିବା ପରେ ସମସ୍ତ ଅନ୍ତେଷ୍ଟି କ୍ରିୟା କରିପାରିବେବୋଲି ବକ୍ତବ୍ୟ ରଖିଥିଲେ Iମାରୱାଡି ମହିଳା ମଞ୍ଚର ସଭାପତି ଶ୍ରୀମତୀ ବୀଣା ବଗାରିଆ , ସମ୍ପାଦକ ଶ୍ରୀମତି ମମତା ଚୌଧୁରୀ, ଫ୍ରେଣ୍ଡସ୍ ହେଲପିଙ୍ଗ୍ କ୍ଲବର ସଭାପତି ଅନିଲ କୁମାର ଚୌଧୁରୀ, ସମ୍ପାଦକ ପି.କିରଣ କୁମାର, ପୂର୍ବତନ ସଭାପତି କେ. ପୁରୁଷୋତ୍ତମ ସୁବୁଦ୍ଧି, ପି.ଶ୍ରୀନିବାସ ରାଓ, ଜାମ୍ମୁଲା ସୁରେଶ, ଇ. ଡି. ପାତ୍ର, Ch. ଶିବ ପ୍ରସାଦ ରାଓ , ହରେକୃଷ୍ଣ ପାଣିଗ୍ରାହୀ ଓ ବହୁ ଡାକ୍ତର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I
41 ତମ ଚକ୍ଷୁଦାନ ପକ୍ଷ ପାଳନର ପ୍ରଥମ ଦିନରେ ସଚେତନତା ପଦଯାତ୍ରା





