ଗଞ୍ଜାମ ଜିଲା ପଦୋନ୍ନତି ଆଶାୟୀ ପ୍ରାଥମିକ ଶିକ୍ଷକ ମଞ୍ଚର ଏକ ଗୁରୁତତ୍ୱପୂର୍ଣ୍ଣ ବୈଠକ ଅଗଷ୍ଟ ୨୬ ତାରିଖ ବୁଧବାର ଦିନ ବ୍ରହ୍ମପୁର ସ୍ଥିତ ଏନ୍ ଜି ଓ ହଲ୍ ଠାରେ ବରିଷ୍ଠ ଶିକ୍ଷକ ଶ୍ରୀ ଗୌତମ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାର ସମସ୍ତ ବ୍ଲକର ଶତାଧିକ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l ପ୍ରକାଶ ଥାଉକି 2023 ମସିହାରେ ରାଜ୍ୟର 13ଟି ଜିଲ୍ଲା ସେ ସମୟର ଗଣଶିକ୍ଷା ବିଭାଗର ନିର୍ଦ୍ଧେଶକୁ ପାଳନ କରି ଜିଲ୍ଲାର ଲେବେଲ-୩ ପଦବୀସବୁ ପଦନ୍ନୋତି ପ୍ରକ୍ରିୟାରେ ପୂରଣ କରିଥିଲେ କିନ୍ତୁ ଗଞ୍ଜାମ ଜିଲ୍ଲା ବାଦ ପଡିଯାଇଥିଲା l ଦୀର୍ଘ 3ବର୍ଷ ଧରି ସ୍ଥାଣୁ ପ୍ରୋମସନ ପ୍ରକିୟାକୁ ସମ୍ପ୍ରତି ରାଜ୍ୟ ସରକାର ସହୃଦୟତାର ସହ ଗ୍ରହଣ କରି ଗତ ମେ ମାସରେ ଏକ ନିର୍ଦ୍ଧେଶନାମା ଜାରି କରିଥିଲେ ଯାହାରି ଫଳସ୍ୱରୂପ ରାଜ୍ୟର ଅନେକ ଜିଲ୍ଲାରେ ପଦୋନ୍ନତି ପ୍ରକ୍ରିୟା ସାରିଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପଦୋନ୍ନତି ହୋଇ ପାରିନଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ କ୍ଷୋଭ ପ୍ରକାଶ କରିଥିଲେ l ବୈଠକର ନିଷ୍ପତ୍ତି ଅନୁସାରେ ଏକ ପ୍ରତିନିଧି ମଣ୍ଡଳ ଗଠନ କରା ଯାଇଅଛି ସେଥିରେ ସଭାପତି ଶ୍ରୀ ଗୌତମ ପ୍ରଧାନ, ସମ୍ପାଦକ ଶ୍ରୀ ନିରଞ୍ଜନ ପଣ୍ଡା, ଶ୍ରୀ ଲଷ୍ମୀକାନ୍ତ ପଣ୍ଡା, ଶ୍ରୀ ସଞ୍ଜୟ କୁମାର ସାହୁ, M ସତ୍ୟନାରାୟଣ ଦୋରା, ରାଜେଶ କୁମାର ତାରିଣୀ, ଭାସ୍କର ରେଡି, ଚିଲା ଭାସ୍କର ରେଡି, ସନ୍ତୋଷ କୁମାର ପାତ୍ର ପ୍ରମୁଖ ସ୍ଥାନ ପାଇଛନ୍ତି l ଏହି ପ୍ରତିନିଧି ମଣ୍ଡଳ ଦୁଇ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲା ଶିକ୍ଷଧିକାରୀଙ୍କୁ ଯୋଗାଯୋଗ କରି ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଛି l ପଦନ୍ନୋତି ପ୍ରକ୍ରିୟାକୁ ଯଥାଶୀଘ୍ର ସମ୍ପର୍ଣ୍ଣ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳ, ଶିକ୍ଷା ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବିଧାୟକ, ଗଣଶିକ୍ଷା ମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି l ଶେଷରେ ଶିକ୍ଷକ ଶ୍ରୀ ପୀତବାସ ପାଢ଼ୀ ଧନ୍ୟବାଦ ଅର୍ପଣ କରିବା ପରେ ବୈଠକ ସାଙ୍ଗ କରାଗଲା l





