ଆଜି ତା ୨୫.୦୮.୨୦୨୬ ରିଖ ବ୍ରହ୍ମପୁର ଉପକଣ୍ଠସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ଲକ କଲୋନୀ, କନିଶି ଠାରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ସୁବାଷ ଚନ୍ଦ୍ର ବୋଷ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଜୟୀ ରାଜଗୁରୁ, ମଧୁସୂଦନ ଦାସ, ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଅନାବରଣ ଉତ୍ସଵ ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡ ଜଟାଧାରୀ ମିଶ୍ର, ସମ୍ପାଦକ ଜୟୀ ରାଜଗୁରୁ ସ୍ମୃତି ସଂସଦ, ମୂଖ୍ୟ ବକ୍ତା ଭାବେ ଡ଼ ପ୍ରଭାକର ତ୍ରିପାଠୀ, ସଂପାଦକ ଉତ୍କଳ ସ୍ୱାଭିମାନ ମଞ୍ଚ, ସମ୍ମାନୀୟ ଅତିଥି ଭାବେ ନିରଞ୍ଜନ ତ୍ରିପାଠୀ, ସଦସ୍ୟ ଉତ୍କଳ ସ୍ୱାଭିମାନ ମଞ୍ଚ, ହରେକୃଷ୍ଣ ପଣ୍ଡା ଦକ୍ଷିଣ ଓଡ଼ିଶା ସଂଯୋଜକ, ଉତ୍କଳ ସ୍ୱାଭିମାନ ମଞ୍ଚ, ଦେବେନ୍ଦ୍ର ବେହେରା, ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ, ଡ ନିହାରିକା ସାମନ୍ତରାୟ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, କୁସୁମ କୁମାରୀ ପାଢ଼ୀ, ଶୁକାନ୍ତ କୁମାର ଜେନା, ମଳୟ କୁମାର ମହାପାତ୍ର, ରଙ୍ଗିପୁର ସି ଆର୍ ସି ସି ଗୋପାଳ କୃଷ୍ଣ ପଣ୍ଡା, ଓ ଅତିଥୀ ଭାବେ ପ୍ରଶାନ୍ତ କୁମାର ହୋତା, ସଭାପତି, ବିଦ୍ୟାଳୟ ପଞ୍ଚ ସଖା ଶିକ୍ଷା ସେତୁ ଓ ବିଦ୍ୟାଳୟ ପରିଚାଳନା କମିଟି ଉପାଧ୍ୟକ୍ଷା ପିଙ୍କି ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥୀ ମାନଙ୍କ ଦ୍ୱାରା ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମହାପୁରୁଷ ମାନଙ୍କ ଜନ୍ମ ଦିନ ଓ ଶ୍ରାଦ୍ଧ ଦିବସ ଦିନରେ ବିଭିନ୍ନ ପ୍ରତିଯୋଗିତା କରିବା ପାଇଁ ଅନୁଷ୍ଠାନର କର୍ମ କର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ପଵିତ୍ର କୁମାର ବିଷୋୟୀ ଅବସରପ୍ରାପ୍ତ ଶିକ୍ଷକଙ୍କ ଦ୍ୱାରା ଗତ ବର୍ଷ ଭଳି ଏହିବର୍ଷ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ସହଯୋଗରେ ରାକ୍ଷୀ ବଣ୍ଟନ କରା ଯାଇଥିଲା ନିଜେ ରାକ୍ଷୀ ବାନ୍ଧିବା ସହ ପରିବେଷ ସୁରକ୍ଷା ପାଇଁ ଲଗାଇଥିବା ଗଛରେ ରାକ୍ଷୀ ବାନ୍ଧିବା ପାଇଁ ଛାତ୍ର ଛାତ୍ରୀଙ୍କୁ କୁହାଯାଇଥିଲା । କାର୍ଯକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପି ପଦ୍ମା ସଂଯୋଜନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଅନାବରଣ ଉତ୍ସଵ ଅନୁଷ୍ଠିତ





