ବ୍ରହ୍ମପୁର, ୨୭/୦୮ କଣ୍ଠଶିଳ୍ପୀ ତଥା ସାମ୍ବାଦିକ ନବକିଶୋର ମହାପାତ୍ର (ମୁନା) ଙ୍କ ଗୁରୁବାର ସକାଳ ସମୟରେ ହୃଦ୍ ଘାତ ଯୋଗୁଁ ବିୟୋଗ ଘଟିଛି । ଗୋଦା ବରିଶ ନଗର ଚତୁର୍ଥ ଲାଇନ ନିବାସୀ ଶିକ୍ଷାବିତ୍ ସ୍ଵର୍ଗତଃ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଙ୍କ ସେ କନିଷ୍ଠ ପୁତ୍ର ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଓ ଏକ ମାତ୍ର ପୁତ୍ର ଙ୍କ ସମେତ ପରିବାର ର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ମୃତ୍ୟୁ ର ଖବର ପାଇ ବହୁ କଳାକାର ,କଣ୍ଠଶିଳ୍ପୀ, ସାମ୍ୱାଦିକ ଓ ବନ୍ଧୁ ବର୍ଗ ଉପସ୍ଥିତ ରହି ସ୍ୱର୍ଗତଃ ମହାପାତ୍ର ଙ୍କ ଶେଷ ଦର୍ଶନ କରିଥିଲେ । ଗେଟ ବଜାର ମଶାଣିରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ବିୟୋଗ ରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସେ ଜଣେ ମିଷ୍ଟଭାଷୀ, ବନ୍ଧୁବତ୍ସଳ, ଓ ଉତ୍ତମ କଣ୍ଠ ଶିଳ୍ପୀ ଭାବରେ ବେଶ୍ ଜଣାଶୁଣା ଥିଲେ ।
Home » ସାମ୍ବାଦିକ ଓ କଣ୍ଠଶିଳ୍ପୀ ମୁନା ଙ୍କ ଅକାଳ ବିୟୋଗ
ସାମ୍ବାଦିକ ଓ କଣ୍ଠଶିଳ୍ପୀ ମୁନା ଙ୍କ ଅକାଳ ବିୟୋଗ





