ବ୍ରହ୍ମପୁର, ୧୯l0୯ : ସହର ଉପକଣ୍ଠ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ଣରେ ଏକ ମାନସିକ ସୁସ୍ଥତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ରୋଟାରୀ କ୍ଲବ୍ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଶକ୍ତିଶ୍ରୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର୍ ଆନନ୍ଦ ସେଠୀ ସଭାପତିତ୍ୱ କରିଥିଲେ ।ସ୍ନାତକୋତ୍ତର ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ଅଧ୍ୟାପକ ଡ. ଶାରଦା ପ୍ରସାଦ ଦାସ ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ରୋଟାରୀ କ୍ଲବ୍ ବ୍ରହ୍ମପୁର ଶାଖାର ସଭାପତି ପି. ଚନ୍ଦନ କୁମାର ପାତ୍ର ଓ ସମ୍ପାଦକ ନିକୁଞ୍ଜ ବିହାରୀ ଦାସ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଆଜିର ଯୁବପିଢ଼ି ମଧ୍ୟରେ ବହୁବିଧ ମାନସିକ ସମସ୍ୟା ପରିଲକ୍ଷିତ ହେଉଛି ଏବଂ ସେ ସବୁର ନିବାରଣ ନିମନ୍ତେ ସ୍ୱାସ୍ଥ୍ୟ ସଚେତନତା ନିହାତି ଆବଶ୍ୟକ ବୋଲି କହିଥିଲେ। ବ୍ରହ୍ମପୁର ଏମ୍.କେ.ସି.ଜି. ଭେଷଜ ମହାବିଦ୍ୟାଳୟରେ କାର୍ଯ୍ୟରତ ମାନସ୍ତତ୍ତ୍ୱବିତ୍ ଡାକ୍ତର୍ ଶ୍ୟାମସିକ୍ତା ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ବର୍ତମାନ ସମୟର ମାନସିକ ସମସ୍ୟା ଓ ତାହାର ସମାଧାନ, ବିଶେଷକରି ଛାତ୍ର ସମାଜ ମାନସିକ ସ୍ତରରେ ଏକାଗ୍ରତା ରକ୍ଷା କରି କିପରି ଆଗକୁ ବଢ଼ି ସଫଳତା ଅର୍ଜନ କରିବ, ସେ ସମ୍ପର୍କରେ ବୈଜ୍ଞାନିକ ତଥ୍ୟ ଆଧାରରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପରିଶେଷରେ ରୋଟାରୀ କ୍ଲବ୍ ସଦସ୍ୟ ଡ. ସଂଜୀବ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର୍ ଗଙ୍ଗାଧର ବେହେରା, ଡ. ଶୁଭଶ୍ରୀ ଅପରାଜିତା, ଡ. ଅଶ୍ବିନୀ କୁମାର ରାଉତ, ଡ. ଅଚ୍ୟୁତ କୁମାର ବିଶ୍ୱାଳ, ସହକାରୀ ପ୍ରଫେସର୍ ରତ୍ନାକର ମିଶ୍ର, ଡ. ସଞ୍ଜୟ କୁମାର ସାହୁ, ଡ.ମଧୁମିତା ନାୟକ, ଡ. ରୋଶନୀ ସାହୁ, ଡ. ଶୁଭାଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେ ମାନସିକ ସୁସ୍ଥତା ସଚେତନତା କାର୍ଯ୍ୟକ୍ରମ





