ଓଡ଼ିଶା ଭୀମ ଆର୍ ମୀ ଗଜପତି ପକ୍ଷରୁ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ବିକ୍ଷୋଭ ପ୍ରଦର୍ଶନ

Pradeep Kar

ପାରଳାଖେମୁଣ୍ଡି, ୧୩/୧୦ ( ଆପ୍ର ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ଭୀମ ଆର୍ ମୀ ଗଜପତି ପକ୍ଷରୁ ଏକ ରାଲି ରେ ଆସିଥିଲେ। ବିଭିନ୍ନ ଦାବୀ ନେଇ ଜିଲ୍ଲା ପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ନିର୍ମାଣ ଶ୍ରମିକ ଙ୍କୁ ସମ୍ବିଧାନିକ ହକ ଦିଆଯାଉ ସହକାରୀ ଶ୍ରମ ଅଧିକାରୀ ମାନସ ସାହୁ ଙ୍କ ଉପରେ ବିଭାଗୀୟ ପଦକ୍ଷପ ନିଆ ଯାଉ, ବୋଲି ଦାବି କରିଛନ୍ତି। ବିଭାଗ ପକ୍ଷରୁ ସରକାର ଙ୍କ ଯୋଜନ କିପରି ହିତାଧି କାରୀ ପାଇପାରିବେ ଠିକ ସମ ୟ ରେ ଦାବି କରିଛନ୍ତି। ବକେୟା ସହାୟତା ପ୍ରଦାନ ସହ ୯ ଦଫା ଦାବି ଉଠାଇଲା ଭୀମ ଆର୍ମି ନିର୍ମାଣ ଶ୍ରମିକଙ୍କ ନ୍ୟାଯ୍ୟ ଅଧିକାର ଓ ସରକାରୀ କଲ୍ୟାଣକାରୀ ଯୋଜନାର ସୁବିଧା ପ୍ରଦାନ ଦାବିରେ ଓଡ଼ିଶା ଭୀମ ଆର୍ମି ପକ୍ଷରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲ୍ଲା ସଭାପତି ଅନସଲାମ ନାୟକଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ମୁଖ୍ୟଶାସନ ସଚିବ ବିଜୟକୁମାର ପଟ୍ଟନାୟଙ୍କ ଯୋଗଦାନରେ ଆୟୋଜିତ ଏହି ଆନ୍ଦୋଳନରେ ସଂଗଠନର ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ନିର୍ମାଣ ଶ୍ରମିକ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ । ନିର୍ମାଣ ଶ୍ରମିକମାନେ ନିଜର ଝାଳବୁହା ପରିଶ୍ରମ ବଳରେ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବାବେଳେ ବିଭିନ୍ନ ସରକାରୀ ସହାୟତା ପାଇବାରେ ବିଳମ୍ବ ଓ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ସଂଗଠନ ଅଭିଯୋଗ କରିଛି। ଯୋଗ୍ୟ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ସହାୟତା ତୁରନ୍ତ ପ୍ରଦାନ ସହ ପଞ୍ଜୀକରଣ ଓ ନବୀକରଣ ପ୍ରକ୍ରିୟା ସରଳ କରିବାକୁ ଦାବି ହୋଇଛି । ଆନ୍ଦୋଳନକାରୀଙ୍କ ପକ୍ଷରୁ ଉପସ୍ଥାପିତ ୯ ଦଫା ଦାବି ମଧ୍ୟରେ ବକେୟା କଲ୍ୟାଣକାରୀ ସହାୟତା ରାଶି ପ୍ରଦାନ, ଶ୍ରମିକ କାର୍ଡ ପଞ୍ଜୀକରଣ ଓ ନବୀକରଣରେ ବିଳମ୍ବ ଦୂର, ଶ୍ରମିକଙ୍କ ସନ୍ତାନମାନଙ୍କୁ ଶିକ୍ଷାବୃତ୍ତି, ବିବାହ ଓ ମାତୃତ୍ୱ ସହାୟତା ଏବଂ ମୃତ୍ୟୁକାଳୀନ ଓ ଦୁର୍ଘଟଣାଜନିତ ସହାୟତା ଠିକ୍‌ ସମୟରେ ପ୍ରଦାନ ଅନ୍ତର୍ଭୁକ୍ତ। ଏଥିସହ ଚିକିତ୍ସା ଓ ସାମାଜିକ ସୁରକ୍ଷା ସୁବିଧା ସୁନିଶ୍ଚିତ କରିବା, ଦଲାଲଙ୍କ ଦୌରାତ୍ମ୍ୟ ଓ ଅଯଥା ହଇରାଣରୁ ଶ୍ରମିକଙ୍କୁ ମୁକ୍ତି ଦେବା, ଜିଲ୍ଲାସ୍ତରରେ ନିୟମିତ ଅଭିଯୋଗ ଶୁଣାଣି ଏବଂ ଦାବିଗୁଡ଼ିକ ଉପରେ ସମୟବଦ୍ଧ ପଦକ୍ଷେପ ଗ୍ରହଣ କରିବାକୁ ସଂଗଠନ ଦାବି ଜଣାଇଛି । ଶ୍ରମିକଙ୍କ ଅଧିକାର କୌଣସି ଅନୁକମ୍ପା ନୁହେଁ, ଏହା ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ବୋଲି ସଂଗଠନର ନେତୃବୃନ୍ଦ କହିଛନ୍ତି। ଗଜପତି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଆହ୍ୱାନ ଦେଇଛନ୍ତି। ଶ୍ରମିକଙ୍କ ନ୍ୟାୟ, ସମ୍ମାନ ଓ ସାମାଜିକ ସୁରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

Also Read

Tags