ବ୍ରହ୍ମପୁରରେ ଡ୍ରେନ୍ ସମସ୍ୟା ୬ ମାସ ହେଲା ସଫା ହେଉନି ଡ୍ରେନ୍, ନିଦାବିଷ୍ଣୁ ସାଜିଛି ମହାନଗର ନିଗମ

Pradeep Kar

ବ୍ରହ୍ମପୁର ମହାନଗର ନିଗମର ପରିମଳ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ! ସହରର ୪ ନମ୍ବର ୱାର୍ଡ ଅନ୍ତର୍ଗତ ରାଘବନଗର ଅଞ୍ଚଳରେ ଦୀର୍ଘ ପ୍ରାୟ ୬ ମାସ ହେଲା ଡ୍ରେନ୍ ସଫା ହୋଇନଥିବା ଅଭିଯୋଗ ହୋଇଛି। ନିୟମିତ ଡ୍ରେନ୍ ସଫା ହେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏହି ସମସ୍ୟା ପ୍ରତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ କେବେ ଦୃଷ୍ଟି ଦେବେ, ତାହାକୁ ନେଇ ଉଠିଛି ପ୍ରଶ୍ନ।

Also Read

Tags