ଏମକେସିଜିର ବଡ଼ ମେଡ଼ିକାଲର ବିଭିନ୍ନ କୋଠାରେ ସିଲିଂ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ପରେ ମଧ୍ୟ ବହୁ ସ୍ଥାନରେ ଏଭଳି ସ୍ଥିତି। ଏଭଳି ଦୃଶ୍ୟ ଦେଖିଲି ସ୍ପଷ୍ଟ ଭାବେ ଜଣାପଡୁଛି ପୁଣି ସିଲିଂ ଖସିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତ କିଛି ଦିନ ପୂର୍ବେ ବହୁ ସ୍ଥାନରେ ସିଲିଂ ଖସୁଥିବାରୁ ମେଡ଼ିକାଲର ଡେ କେୟାର ସେଣ୍ଟର ଓ ଇଏନଟି ବିଭାଗର ମାଇନର ଓଟି ଭଳି ଅନେକ କୋଠା ବନ୍ଦ ରହିଛି। ଗତ ଦୁଇ ବର୍ଷ ପୂର୍ବେ ମେଡ଼ିକାଲର ବିଭିନ୍ନ କୋଠାରେ ବାରମ୍ବାର ସିଲିଂ ଖସିବାର ଦ୍ୱାରା ମେଡିକାଲ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥିଲେ। ଏବେ ପୁଣି ଥରେ ଏଭଳି ଘଟଣା ଘଟିବାକୁ ଯାଉଛି। ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ଅବହେଳା କାରଣରୁ ରୋଗୀ ସେବାରେ ବାଧା ସୃଷ୍ଟି ହେଉଛି।
ରୋଗୀ ଓ କର୍ମଚାରୀଙ୍କ ପାଇଁ ବିପଦ I ଏମକେସିଜିର ଦୁର୍ବଳ ସିଲିଂ





