ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ହରିଡ଼ାଖଣ୍ଡି ରୋଡ ଶ୍ରମିକ ନଗର ଓ ଦଣ୍ଡାସି ସାହିରେ ଦେଖାଦେଇଥିଲା ଦୁର୍ଦ୍ଦଶାର ଚିତ୍ର I ପ୍ରବଳ ବର୍ଷା ଯୋଗୁଁ ସାହିର ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଅନେକଙ୍କ ଘରର ଛାତରୁ ପାଣି ଗଳୁଥିବାରୁ ଅସହାୟ ହୋଇପଡ଼ିଥିଲେ ପରିବାରବର୍ଗ। ଏଭଳି ସଙ୍କଟ ସମୟରେ ବିପନ୍ନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଥିଲେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର।ବାତ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ବିଧାୟକ ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ଅନୁଧ୍ୟାନ କରିବା ସହ ଆବଶ୍ୟକ ସହାୟତା ପ୍ରଦାନ କରିଥିଲେ। ଘରର ଛାତରୁ ପାଣି ଗଳୁଥିବା ଓ ବର୍ଷାରୁ ସୁରକ୍ଷା ପାଇଁ ଅସୁବିଧା ଭୋଗୁଥିବା ପରିବାରଙ୍କୁ ତାରପୋଲିନ୍ ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ। ବିପତ୍ତିର ଏହି ଘଡ଼ିରେ ଜନପ୍ରତିନିଧିଙ୍କ ଉପସ୍ଥିତି ଓ ତୁରନ୍ତ ସହାୟତା ବିପନ୍ନ ପରିବାରଙ୍କୁ କିଛିଟା ଆଶ୍ୱସ୍ତି ଦେଇଥିଲା। ବାତ୍ୟା ସମୟରେ ଘରେ ପାଣି ପଶିବା, ଛାତରୁ ପାଣି ଗଳିବା ଓ ଜଳବନ୍ଦୀ ହୋଇ ରହିବା ଭଳି ସମସ୍ୟା ଲୋକଙ୍କ ଦୈନନ୍ଦିନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। ଏହି ଘୋଡ଼ିସନ୍ଧି ସମୟରେ ସାହାଯ୍ୟ ଓ ସହଯୋଗ କରିଥବା ଜଗୁ ଅଞ୍ଚଳ ବାସୀଙ୍କ ତରୋଫରୁ ମାନ୍ୟବର ବିଧାୟକ ମହୋଦୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ I
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଶ୍ରମିକ ନଗର ଓ ଦଣ୍ଡାସି ସାହିରେ ଦେଖାଦେଇଥିଲା ଦୁର୍ଦ୍ଦଶାର ଚିତ୍ର





