କୁମାର ଉତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

Pradeep Kar

ବାରିପଦା -ସର୍ବପୁରାତନ ବାରିପଦା ଦେଉଳସାହି ସ୍ଥିତ ଜଗନ୍ନାଥ ମନ୍ଦିର ପାଖ ବଡଦାଣ୍ଡ ରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବହୁ ଧୁମଧାମ ରେ ପାଳିତ ହୋଇଛି କୁମାର ପୂର୍ଣ୍ଣିମା ଉତ୍ସବ, ଏହି 54ତମ ପାଳିତ କୁମାର ପୂର୍ଣ୍ଣିମା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର,ମାନ୍ୟବର ମନ୍ତ୍ରୀ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଏହି ଉତ୍ସବ ରେ ଯୋଗ ଦେଇ ମୁଁ ବହୁତ ଖୁସି,ଧାର୍ମିକ ଓ ସାମାଜିକ ଭାବ ଧାରା ର ଏହି ଉତ୍ସବ ଆମ ଲୋକ ସଂସ୍କୃତି ଓ ପରମ୍ପରା କୁ ଉଦ୍ଜୀବିତ ରଖିବା ସହିତ ସମାଜ ର ଏକତା ଓ ଭାଇଚାରା ର ବାତାବରଣ ସୃଷ୍ଟି କରୁଛି, ତାପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ , ଓଡିଶା ର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସୁମଧୁର ସଂଗୀତ ରେ ଝୁମି ଥିଲେ ହଜାର ହଜାର ଦର୍ଶକ.ମାନ୍ୟବର ମନ୍ତ୍ରୀ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଙ୍କୁ ସାଧୁବାଦ ଜଣାଇ ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ I

Also Read

Tags