ବରିଷ୍ଠ ନାଗରିକ ମଞ୍ଚ ତରଫରୁ ବିଶ୍ୱନିକେତନ ଜରା ନିବାସ ପରିଦର୍ଶନ

Pradeep Kar

ବ୍ରହ୍ମପୁର, ବୁଧବାର ୧୪/୧୦/୨୦୨୬ ବ୍ରହ୍ମା ନଗର ଓ ଜ୍ୟୋତି ନଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏକ ଚାଳିଶି ଜଣିଆ ପ୍ରତିନିଧି ଦଳ ସଭାପତି ଶ୍ରୀଯୁକ୍ତ ହୀନ ବେହେରାଙ୍କ ନେତୃତ୍ବରେ, ରାମଚନ୍ଦ୍ର ପୁରୁ ସ୍ଥିତ ବିଶ୍ୱ ନିକେତନ ଜରା ନିବାସ ପରିଦର୍ଶନ କରିଥିଲେ। ସେଠା ପ୍ରତିଷ୍ଠାତା ସଦସ୍ୟ ତଥା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ସାବତଙ୍କ ସ୍ୱାଗତ ଭାଷଣ ରେ ଜରା ନିବାସ ସମ୍ବନ୍ଧୀୟ ବହୁ ଉପଲବ୍ଧିତା ପୂର୍ଣ୍ଣ ତଥ୍ୟ ଓ ଆଗାମୀ ଯୋଜନାର ରୂପରେଖ ଉପରେ ଆଲୋକପାତ ଉପସ୍ଥିତିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ମଞ୍ଚାସିନ ମଞ୍ଚ ସଭାପତି ହୀନ ବେହେରା ଏହାର ଭୂୟସୀ ପ୍ରଶଂସା କରି ପୂର୍ବରୁ ମଞ୍ଚକୁ ମହାନ ସଂଘ ତରଫରୁ ପ୍ରଦାନ କରା ଯାଇଥିବା ଟ୍ରଫି ପାଇଁ ଶ୍ରୀଯୁକ୍ତ ସାବତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। ସେଠାରେ ବରିଷ୍ଠ ନାଗରିକଙ୍କ ତରଫରୁ ଅନ୍ତେବାସୀଙ୍କ ସହ କିଛିଟା ଅନ୍ତରଙ୍ଗ ମୁହୂର୍ତ୍ତ କଟାଇ ସେମାନଙ୍କ ସହ ସାମୁହିକ ଭୋଜନ ର ବ୍ୟବସ୍ଥା କରାଯାଇଥିଲା ଓ ପରେ ସେମାନଙ୍କ ମନୋରଞ୍ଜନ ପାଇଁ ସମ୍ପାଦକ ସୁରେନ୍ଦ୍ର ପାଢିଙ୍କ ସ୍ୱ-ଲିଖିତ ଏକ ମନୋରଞ୍ଜନ ଧର୍ମୀ କ୍ଷୁଦ୍ର ଆଧ୍ୟାତ୍ମିକ ନାଟକ,” ଏକା ତୋ ଭକତ ଜୀବନ” ପରିବେଷଣ କରା ଯାଇଥିଲା ଯେଉଁ ଥିରେକି, ମୂଖ୍ୟ ଭୂମିକା ସୁରେନ୍ଦ୍ର ପାଢି ନିଜେ ତୁଲାଇଥିଲା ବେଳେ‌ ଅନ୍ୟ ମାନଙ୍କ ମଧ୍ୟରେ ଭାସ୍କର ଦୋରା, ଉମା ଶଙ୍କର ପାଣି, ମହେଶ୍ୱର ପ୍ରଧାନ, ଜୟଦେବ ସାହୁ, ସ୍ନେହ ଲତା ପଟ୍ଟନାୟକ,ଭବାନୀ ଉଦ୍ଗାତା, ଇତ୍ୟାଦି ଅଂଶଗ୍ରହଣ କରିଥିଲେ।ଇତି ମଧ୍ୟରେ କୁନି କଳାକାର ଲିଭାଂସୀ ପଟ୍ଟନାୟକ ଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ଓ ଜଗନ୍ନାଥ ସ୍ତ୍ରୋତ ପାଠ ତଥା ସୁଶ୍ରୀ ସ୍ବାଧିନା ପାତ୍ର ଙ୍କ ମନଛୁଆଁ ଭଜନା ପରିବେଷଣ ସମସ୍ତଙ୍କୁ ବେଶ୍ ଆନନ୍ଦର ଖୋରାକ୍ ଯୋଗାଇ ଥିଲା। ଉମା ଶଙ୍କର ପାଣିଙ୍କ ମଞ୍ଚ ପରିଚାଳନାରେ ଉକ୍ତ ବୈଠକ ଶେଷରେ ଶ୍ରୀମତୀ ଜମ୍ବୁବତି ଗୌଡ,ସବୁ ଦିଗକୁ ଆକ୍ଷି ଆଗରେ ରଖି ସୁନ୍ଦର ଭାବେ ଧନ୍ୟବାଦ୍ ପ୍ରସ୍ତାବ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ସୁଶାନ୍ତ ସାବତ, ସେଠାରେ ପରିବେଶିତ ହୋଇଥିବା ନାଟକରେ ସୁରେନ୍ଦ୍ର ପାଢି ଙ୍କ ଜୀବନ୍ତ ଅଭିନୟରେ ଅଭିଭୂତ ହୋଇ ଆଶ୍ରମ ତରଫରୁ ଶ୍ରୀ ପାଢି ଙ୍କୁ ଉପଢୌକନ ପ୍ରଦାନ ରେ ସମ୍ମାନିତ କରିଥିଲେ। ଆଜିର କାର୍ଯ୍ୟକ୍ରମ’ରେ ମାଁ ଭୈରବୀଙ୍କ ଦର୍ଶନ ଓ ପଞ୍ଚମା ଗଣେଶ ମନ୍ଦିର ପରିଦର୍ଶନ କରି ଆସିଥିବା ମଞ୍ଚର ସମସ୍ତ ସଦସ୍ୟ/ ସଦସ୍ୟା ଶାଢେ ତିନିଟା’ରେ ବୃଦ୍ଧା-ଶ୍ରମରୁ ବିଦାୟ ନେଇ ଗୋପାଳପୁର ଅଭିମୁଖେ ଯାତ୍ରା କରିଥିଲେ। ଏଇ ସବୁର ନେପଥ୍ୟ ରେ କୋଷାଧ୍ୟକ୍ଷ ନରୋତ୍ତମ ଦାଶ୍, ସୁକାନ୍ତ କୁମାର ପଟ୍ଟନାୟକ, ସୁରେନ୍ଦ୍ର ପାଢି ଇତ୍ୟାଦିଙ୍କ ଯୋଗଦାନ ବେଶ୍ ପ୍ରଣିଧାନ ଯୋଗ୍ୟ।

Also Read

Tags