ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି ମଂଜୁର କଲେ ମୁଖ୍ୟମନ୍ତ୍ରୀ,ପ୍ରଦାନ କରାଯିବ ୫୬,୫୫,୭୨,୦୦୦ ଟଙ୍କା

Pradeep Kar

ଭୁବନେଶ୍ବର, ୧୬ ଅକ୍ଟୋବର ୨୦୨୬ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି(Honorarium) ମଂଜୁର କରିଛନ୍ତି । ଏଥିପାଇଁ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ ନିମନ୍ତେ ମଂଜୁର ହୋଇଛି I ସୂଚନାଯୋଗ୍ୟ ଯେ, ପିଛିଲା ୦୧.୦୪.୨୦୨୬ ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ, ୬ ମାସର ଏହି ସମ୍ମାନ ରାଶି ପ୍ରଦାନ କରାଯିବ । ସରପଞ୍ଚମାନେ ୧୦ ହଜାର ଟଙ୍କା ଓ ନାଏବ ସରପଞ୍ଚ ମାନେ ୪ ହଜାର ଟଙ୍କା ଲେଖାଏଁ ଏହି ସମ୍ମାନ ରାଶି ପାଇବେ I

Also Read

Tags