ବେଆଇନ ମଦ ଭାଟିରେ ଚଢ଼ାଉ, ୧୩୫୦୦ କେଜି ମହୁଲ ପୋଚ ନଷ୍ଟ

Pradeep Kar

ବାରିପଦା,30/10- ମୟୂରଭଞ୍ଜ ଜିଲ୍ଲା ମୋରଡା ଅବକାରୀ ବିଭାଗ ଆଜି ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରି ବିପୁଳ ପରିମାଣରେ ମହୁଲ ପୋଚ ନଷ୍ଟ କରିବା ସହିତ ଦେଶୀ ମଦ ଓ଼ ମଦ ତିଆରି ପାଇଁ ବ୍ୟବହୃତ ସରଞ୍ଜାମ ମଧ୍ୟ ଜବତ କରିଛି। ମୋରଡ଼ା ଅବକାରୀ ଅଧିକାରୀ ଦୀପକ କୁମାର ରାଉତଙ୍କ ସୂଚନା ଅନୁଯାୟୀ,ମୋରଡା ଅବକାରୀ ବିଭାଗ, ଏପିଆର ଫୋର୍ସ,ସଦର, ମୋବାଇଲ ଇନ୍ସପେକ୍ଟର , କୁଳିଅଣା, ଦେଉଳି, ସଦର ଅବକାରୀ ବିଭାଗ ଆଜି ମିଳିତ ଭାବେ ମୋରଡା ବ୍ଲକର ଭାଲୁକଚୁଆ, ହାଣ୍ଡିଭଙ୍ଗାରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ କରି ୧୩୫୦୦ କେଜି ମହୁଲ ନଷ୍ଟ କରିବା ସହିତ ୧୧୫୦ଲିଟର ମଦ ଜବତ କରିଛି। ତେବେ ଚଢ଼ାଉରେ କାହାକୁ ଗିରଫ କରାଯାଇ ନାହିଁ । ଅବକାରୀ ବିଭାଗ ଠାରୁ ଚୋରା ବେପାରୀ ଅଧିକ ଚାଲାକ ହୋଇ ଖସି ପଳାଇବାରେ ସମର୍ଥ ହୋଇପାରିଛି । ଉକ୍ତ ଚୋରା ବେପାରୀ ଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଭାବରେ ଏକ ଅଭିଯାନ ର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।

Also Read

Tags