କଳାହାଣ୍ଡି, ୩୦/୧୦ କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ କଳାହାଣ୍ଡି ଦକ୍ଷିଣ ବନଖଣ୍ଡକୁ ମିଳିଛି ଏକ ବଡ଼ ସଫଳତା । ଦୁଇଟି କାଳରପତରିଆ ବାଘଛାଲ,ଜୀବନ୍ତ ବରାହ ସହିତ ୦୭ ଜଣ ଗିରଫ I ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ସାଇସୁରନୀ ବନାଞ୍ଚଳର ଏକ ବନ୍ୟପ୍ରାଣୀ ଚୋରା ଚାଲାଣ ଓ ଶିକାରୀ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବନ ବିଭାଗ । ଏହି ଘଟଣାରେ ଆଜି ଶୁକ୍ରବାର ଦିନ ୦୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ସେମାନଙ୍କ ନିକଟରୁ ବିପୁଳ ପରିମାଣର ବନ୍ୟପ୍ରାଣୀ ସାମଗ୍ରୀ ଏବଂ ମାରଣାସ୍ତ୍ର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଥାନା ଅନ୍ତର୍ଗତ ଡାବ୍ରିଗୁଡାର କୁମୁଦ ରାଉତ, ପାନଭଟାର ତରଙ୍ଗ ପାତ୍ର,ତଲ ଆମପଦର ର ସନ୍ତୋଷ କୁମାର ଜାଲ,ଅର୍ଜୁନ ମାଝୀ,ନୀଳକଣ୍ଠ ସାହୁ , ଆନନ୍ଦ ମାଝୀ ଓ ଲେଲି ମାଝୀ । ଶିକାରୀମାନେ ବନ୍ୟଜନ୍ତୁ ଶିକାର କରି ସେମାନଙ୍କ ଅଙ୍ଗ ଚୋରା ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ଏହା ପୂର୍ବରୁ ମାଡି ବସିଥିଲା ବନ ବିଭାଗ । ସେମାନଙ୍କ ନିକଟରୁ ୦୨ଗୋଟି କଲରାପତରିଆ ବାଘଛାଲ ସମେତ ଶରୀରର ବିଭିନ୍ନ ଅଂଶ ବିଶେଷ ଜବତ ହୋଇଛି । ଏହା ସହିତ ଏକ ୧୦ କିଲୋ ଓଜନର ଜୀବନ୍ତ ଜଙ୍ଗଲି ବାରାହ,ଏକ ଗଧିଆମୁଣ୍ଡ ମଧ୍ୟ ଉଦ୍ଧାର କରାଯାଇଛି । ସେହିପରି ଶିକାର ପାଇଁ ବ୍ୟବହୃତ ଏକ ଦେଶୀ ବନ୍ଧୁକ, ବାରୁଦ,ଗୁଳି, ବନ୍ଧୁକ ଧନୁ ଓ ତୀର ମଧ୍ୟ ଜବତ କରାଯାଇଛି । ଏହି ର଼୍ୟାକେଟ୍ରେ ଆଉ କିଛି ଜଣ ସଂପୃକ୍ତି ଥିବାବେଳେ ସେମାନେ ଏବେ ଫେରାର ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
କଳାହାଣ୍ଡି ଦକ୍ଷିଣ ବନଖଣ୍ଡକୁ ମିଳିଲା ବଡ଼ ସଫଳତା,*ବନ୍ୟପ୍ରାଣୀ ଶିକାରୀ ଗ୍ୟାଙ୍ଗ୍ ର ପର୍ଦ୍ଦାଫାଶ*





