ବ୍ରହ୍ମପୁର :ବର୍ଷ ବର୍ଷ ଧରି ଅନ୍ଧାରରେ ପଡି ରହିଥିବା ମେଡିକାଲ ବ୍ୟାଙ୍କ କଲୋନୀର ସ୍ୱର ଗତକାଲି ହନୁମାନ ମନ୍ଦିର ପରିସରରେ ଗର୍ଜି ଉଠିଥିଲା। ସହରା ତଳି କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆୟୋଜିତ ବିଜୟ ସମାବେଶରେ ପ୍ରମୁଖ ଲୋକଙ୍କ ଉପସ୍ଥିତି ଏହି ଅଞ୍ଚଳର ନୂଆ ଜାଗରଣର ସଙ୍କେତ ଦେଇଛି। ମେଡିକାଲ ବ୍ୟାଙ୍କ କଲୋନୀ କମିଟି ସଭାପତି ସୁବାଷ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ରୀ ସଞ୍ଜୀବ କୁମାର ପଟ୍ଟନାୟକ କହିଲେ ଯେ ଏହି ବିଜୟ ୧୨ ବର୍ଷର ଦୀର୍ଘ ଲଢେଇର ପରିଣାମ। ସେ କହିଲେ “ଯେତେବେଳେ କେହି ଶୁଣୁ ନଥିଲେ, ସେତେବେଳେ ଆମେ ଏକା ଲଢିଥିଲୁ। ଆଜି ୧୪ ପଞ୍ଚାୟତ ବ୍ରହ୍ମପୁର ସହରରେ ମିଶିଛି, ଏହା କେବଳ ମୋର ନୁହେଁ, ଏ ବିଜୟ ଆପଣ ସମସ୍ତଙ୍କର। କିନ୍ତୁ ମନେ ରଖନ୍ତୁ, ସହରରେ ମିଶିବା ଶେଷ ନୁହେଁ, ଆରମ୍ଭ।” ଏହି ଅବସରରେ ଶ୍ରୀ ପଟ୍ଟନାୟକ ମୋ ଗଳି, ମୋ ଦାୟିତ୍ୱ – ଏକ ନୂଆ ଆହ୍ୱାନ* ସ୍ଳୋଗାନ ସହ ଏହାର ସଙ୍କଳ୍ପ ସମସ୍ତେ ନେବାକୁ ଆହ୍ୱାନ ଦେଇଥିଲେ। ଏତଦବ୍ୟତୀତ ଏହି ଅବସରରେ ଶ୍ରୀ ପଟ୍ଟନାୟକ ଏକ ଐତିହାସିକ ଘୋଷଣା କରିଛନ୍ତି। “ଆଜିଠୁ କୌଣସି ନେତା ଆସି ଆମ ଗଳିର ଭାଗ୍ୟ ନିର୍ଦ୍ଧାରଣ କରିବେ ନାହିଁ। ଆମେ ନିଜେ କରିବୁ। ପ୍ରତି ଗଳିରୁ ୧୦ୟ ଜଣ ଯୁବକ ଆଗକୁ ଆସିବେ। ମନ୍ଦିର ହିଁ ଆମର ଅଫିସ୍।”ତାଙ୍କର ଏହି ଘୋଷଣା ପରେ ଉପସ୍ଥିତ ଜନତା କରତାଳି ଧ୍ୱନୀରେ ସ୍ୱାଗତ କରିଥିଲେ।ସଭାର ସବୁଠୁ ଭାବପୂର୍ଣ ମୁହୂର୍ତ୍ତ ଥିଲା ଶେଷ ମୁହୂର୍ତ୍ତ। ଶ୍ରୀ ପଟ୍ଟନାୟକଙ୍କ ଆହ୍ୱାନରେ କହିଲେ ସମସ୍ତେ ନିଜ ନିଜ ମୋବାଇଲର ଟର୍ଚ୍ଚ ଜଳାଇ ଅନ୍ଧାକାର ଦୂର କରି ନିଜେ ଅନ୍ୟମାନଙ୍କ ପାଇଁ ଆଲୁଅ ହୁଅନ୍ତୁ । ତତ୍ ପରେ ସମସ୍ତେ ଏକ ସ୍ୱରରେ କହିଲେ – “ମୋ ଗଳି, ମୋ ଦାୟିତ୍ୱ! ମୁଁ ମୋ ଗଳିକୁ ସଫା ରଖିବି, ସୁନ୍ଦର କରିବି ଏବଂ ସ୍ମାର୍ଟ ୱାର୍ଡରେ ପରିଣତ କରିବି।ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଲୋକଙ୍କ ଆଖିରେ ସ୍ବପ୍ନ ଓ ମନରେ ଆଶା ଭରି ଦେଇଥିଲା। ଏହି କାର୍ଯ୍ୟକ୍ରମରେ କଲୋନୀର ବରିଷ୍ଠ ନାଗରିକ, ମା’ ମାନେ ଓ ଯୁବଶକ୍ତି ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସ୍ଥାନୀୟ ବ୍ୟାଙ୍କ କଲୋନୀ କମିଟି ପକ୍ଷରୁ ସୁବାଷ ପାତ୍ର ଉତ୍ତରୀୟ ସହର ତଳି ଅଞ୍ଚଳ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଉପଲକ୍ଷେ କମିଟି ତରଫରୁ ବିଷ୍ଣୁ ପ୍ରାସାଦ ସାହୁ, କାଳିନ୍ଦୀ ଚରଣ ନାୟକ, ଏମ୍ ଲାବଣ୍ୟ ପାତ୍ର, ବିଜୟ କୁମାର ବେହେରା, କିଶୋର ପାତ୍ର, ଲକ୍ଷ୍ମୀ କାନ୍ତ ଜେନା ପ୍ରମୁଖ କମିଟି ସହ ଜଡ଼ିତ ଏବଂ ଆନ୍ଦୋଳନ ସମୟର ଅନୁଭୂତି ଓ ଅଭିଜ୍ଞତା କୁ ରଖି କହିଥିଲେ ଯେ ଏକ ଅବିଶ୍ୱସନୀୟ ଐତିହାସିକ ସଫଳତା ହାସଲ ହେଇଚି। ଏହି ମୁହୂର୍ତ୍ତକୁ ସମସ୍ତେ ଅନୁଭବ କରି ପାରିଲେ ଏହା ବିକାଶର ମାର୍ଗ ପ୍ରଶସ୍ତ କରିବ। ପରିଶେଷର କମିଟି ସହ ଜଡିତ ଥିବା ତଥା ମହାନଗର ସ୍ୱପ୍ନ ନେଇ ଆନ୍ଦୋଳନରେ ଭାଗ ନେଇ ପରଲୋକ ଗମନ କରିଥିବା କିଛି ସଦସ୍ୟଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଆଜିର ସଭାରେ ସଭାପତିଙ୍କ ବ୍ୟତିତ ଉପ ସଭାପତି ଦେବୀ ପ୍ରସାଦ ଦାସ, ସଂଗଠନ ସମ୍ପାଦକ ଲକ୍ଷ୍ମୀ କାନ୍ତ ଜେନା, ରବୀନ୍ଦ୍ର ନାଥ ଦାସ, ଚନ୍ଦନା ଗୌଡ଼, ସଙ୍ଗୀତା ନାୟକ,ମଧୁସ୍ମିତା ପାତ୍ର, ବିରୂପାକ୍ଷ ଶତପଥୀ,ଶରତ ଚନ୍ଦ୍ର ପଟ୍ଟନାୟକ, ପ୍ରମୋଦ ଚନ୍ଦ୍ର ଚ୍ୟାୟୁପଟ୍ଟାୟକଙ୍କ, ଡି ତାତେୟା, ପି କୁମାର ସ୍ୱାମୀ ପାତ୍ର, ବିଷ୍ଣୁ ପ୍ରାସାଦ ସାହୁ , ରାମ କୃଷ୍ଣ ଲେଙ୍କା, ଜେ ବିଜୟ କୁମାର ପାତ୍ର, ସୂରଜ ଦାସ, ସୁନୀଲ ପାତ୍ର, ଶ୍ରୀମନ୍ତ ପାଣିଗ୍ରାହୀ, ନାରାୟଣ ସାହୁ, ଜେ ବନଜା କୁମାରୀ ପାତ୍ର, ଡ ଏସ କେ ପଣ୍ଡା, ଡି ବିଜୟ ଓ କାଳିନ୍ଦି ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
୧୨ ବର୍ଷର ସଂଘର୍ଷ ପରେ ବିଜୟ ଉତ୍ସବ, ମେଡିକାଲ ବ୍ୟାଙ୍କ କଲୋନୀ ହନୁମାନ ମନ୍ଦିରରେ ନୂଆ ସଂକଳ୍ପ





