ଅଜଣା ଗାଡ଼ି ଧକ୍କାରେ ନର୍ସିଂ କଲେଜ ଛାତ୍ର ଙ୍କ ମୃତ

Pradeep Kar

ବିଷମ କଟକ:୨୪|୧୦(ଇମିସ)ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ନିକଟସ୍ଥ ୩୨୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ରେ ଜଣେ ନର୍ସିଂ କଲେଜ ଛାତ୍ର ଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବିଷମକଟକସ୍ଥିତ ଖ୍ରୀଷ୍ଟିୟାନ ମେଡିକାଲ ର ନର୍ସିଂ କଲେଜ ର ଛାତ୍ର ହୋଇଥିବା ପୁଲିସ ସୂତ୍ର ରୁ ଜଣାପଡିଛି। ସୂଚନା ମୁତାବକ, ଚାଟିକଣା ଡିକେଡିଏ ଅଫିସ୍ ପାଣି ଟାଙ୍କି ସମ୍ମୁଖରେ ଆଜି ଅପରାହ୍ନ ସମୟରେ ବିଷମକଟକ ଠାରୁ ନିଜ ଗାଁ କଲ୍ୟାଣସିଂଙ୍ଗପୁର ସେରିଗୁମା ଯାଉଥିବା ବେଳେ ଅଜଣା ଗାଡ଼ି ନର୍ସିଙ୍ଗ ଛାତ୍ରଙ୍କୁ ଧକ୍କା ଦେଇଥିଲା I ଫଳରେ ଘଟଣାସ୍ଥଳରେ ହିଁ ଛାତ୍ର ଜଣକ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ଯୁବକ ଜଣକ ହେଲେ କଲ୍ୟାଣ ସିଂଙ୍ଗପୁର ବ୍ଲକ ସେରିଗୁମା ପଞ୍ଚାୟତ ପରିପାଇ ଗ୍ରାମର ଅଜୟ ବେନିଆ ବୋଲି ଜଣାପଡ଼ିଛି। ସେ ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ମେଡ଼ିକାଲରେ ବି.ଏସ୍.ସି ନର୍ସିଙ୍ଗ ପ୍ରଥମ ବର୍ଷ ଛାତ୍ର । ଘଟଣା ସ୍ଥଳରେ ବିଷମକଟକ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳ ରୁ ପୁଲିସ୍ ମୃତଦେହ ଏବଂ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Also Read

Tags