ଅବହେଳା ନା ଦୁର୍ବଳତା”ଅତାବିରା ଏନଏସି ରେ ଖତ ଖାଉଛି ଲକ୍ଷାଧିକ ଟଙ୍କା ର ଶୌଚାଳୟ

Pradeep Kar

ବରଗଡ଼:-୨୭/୧୦(ନବୀନ କୁମାର ଦାଶ) ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ୧୨ଟି ୱାର୍ଡ କୁ ନେଇ ଦୀର୍ଘ ୧୩ବର୍ଷ ଉର୍ଦ୍ଧ୍ବ ହେବ ଗଠିତ ହୋଇ ଏବେ ଡବଲ ଇଞ୍ଜିନ ସରକାର ଙ୍କ ଶାସନ କାଳ। ହେଲେ ଏବେ ବି ଦୁର୍ନୀତି ର ଗନ୍ତାଘର ସାଜିଥିବା ଅତାବିରା ଏନ୍ଏସି ରେ ଲୋକେ ମୌଳିକ ସୁବିଧା ବଞ୍ଚିତ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉ ଛନ୍ତି।ଡ୍ରେନ ର ଡ୍ରେନେଜ୍ ବ୍ୟବସ୍ଥା ହେଉ କି ଅଳିଆ ଆବର୍ଜନା ସହ ମଶା ମାଛି ଙ୍କ ପ୍ରାଦୁର୍ଭାବ ସହରାଞ୍ଚଳ ବାସୀ ଙ୍କ ନିଦ ହଜାଇ ସାରିଛି।ମଶା ଦାଉରୁ ରକ୍ଷା ପାଇଁ ମଶା ଧୂପକାଠୀ ସହ ଅଣ୍ଡା ଖୋଲ ଏକ ମାତ୍ର ଭରସା ସାଜି ସତେ ଯେମିତି ସହର ବାସୀ ଙ୍କ ପାଇଁ ଅଭିଶାପ ପାଲଟିଛି।ସହରାଞ୍ଚଳ ରେ ଟ୍ରାଫିକ ସମସ୍ୟା ବି କମ୍ ନୁହେଁ।ଲୋକ ଘରୁ ବାହାରିବା ଓ ପିଲାଙ୍କୁ ସ୍କୁଲ ପଠାଇବାକୁ ମଧ୍ୟ ଭୟ କଲେଣି। ସତେ ଯେମିତି ସମ୍ପୂର୍ଣ ସେବା ରାସ୍ତା ଭଡ଼ାରେ ଚାଲିଛି।କିଏ କେଉଁଠି ବାଲି ଗୋଡ଼ି ମାଟି ପକାଇ ନିଜର ବେପାର ଚଳାଇଛି ତ ଆଉ କିଏ ଭଙ୍ଗା ଦଦରା ଛୋଟ ବଡ ଗାଡ଼ି ମଟର ନୋ ପାର୍କିଂ ରେ ପାର୍କ କରି ଦେଉଥିବା ଯୋଗୁଁ ଲୋକ ତଥା ସ୍କୁଲ ପିଲା ମୁଖ୍ୟ ରାସ୍ତାରେ ଯିବାଆସିବା କରି ଦୁର୍ଘଟଣା ର ଶିକାର ହେଉ ଛନ୍ତି।ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇ ନିଇତି ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣା ମାନ ଘଟି ମୂଲ୍ୟ ବାନ ଜୀବନ ନଷ୍ଟ ହୋଇ ଆସୁଥିଲେ ହେଁ”ଆପେ ବଞ୍ଚିଲେ ବାପର ନାଁ” ନୀତିରେ ସବୁ ଜାଣିଶୁଣି ପ୍ରଶାସନ ଏଠି ନିଦା ବିଷ୍ଣୁ।ଯାହା ନୋ ପାର୍କିଂ ରେ ପାର୍କିଂ ସହରାଞ୍ଚଳ ପାଇଁ ମୁଖ୍ୟ ସମସ୍ୟା ହୋଇଛି।କେବଳ ଖଜଣା ଆଦାୟ ପାଇଁ ଲୋକଙ୍କ ପାଖକୁ ବାବୁ ବାବୁ ଆଣି ମାନେ ଯାଇ ଖଜଣା ଆଦାୟ ରେ ଆଗଭର ହେଲେ କାମ ସବୁ ଏନ୍ଏସି ରେ ଠୋ। ଏବେବି ଅତାବିରା ସହରାଞ୍ଚଳ ରେ କୋଟି କୋଟି ଟଙ୍କା ର ଉନ୍ନୟନ ମୂଳକ କାର୍ଯ୍ୟ ଖତ ଖାଉଛି।ସେ ଆଗାମୀ ଭବି ଷ୍ୟତ ମାନଙ୍କ ପାଇଁ ତିଆରି ହୋଇଥିବା ପାର୍କ ଠାରୁ ଆରମ୍ଭ କରି କଲ୍ୟାଣ ମଣ୍ଡପ,ଗୋଷ୍ଠୀ ଶୌଚାଳୟ ମାନ ଏନଏସି ର ଅବହେଳା ତଥା ରକ୍ଷଣା ବେକ୍ଷଣ ଅଭାବରୁ”ସରକାର କା ମାଲ୍ ଦରିଆ ମେ ଡାଲ୍” ଭଳି ଲକ୍ଷାଧିକ ଟଙ୍କା ସର କାରୀ ଖର୍ଚ୍ଚ ଅନୁଦାନ ରୁ ଦୀର୍ଘ ବର୍ଷରୁ ତିଆରି ହୋଇ କେଉଁଠି ଜନ୍ମରୁ ପଙ୍ଗୁ ଅବସ୍ଥା ତ ଆଉ କେଉଁଠି କାହା ସ୍ବାର୍ଥ ଅବା କେଉଁ ଗୋଟେ ବଡ ମନ୍ତ୍ରୀ ଙ୍କ ଉଦଘାଟନ ଅପେକ୍ଷା ରେ ଉନ୍ନୟନ ମୂଳକ କାର୍ଯ୍ୟ ଖତ ଖାଉଛି ତାହା କେବଳ ସେଇ ଦକ୍ଷଶୀଲ ଅଧିକାରୀ ମାନଙ୍କୁ ହିଁ ଜଣା।ଯାହାର କିଞ୍ଚିତ ଉଦା ହରଣ ସ୍ୱରୂପ ଏନ୍ଏଚ୍-୫୩ ମୁଖ୍ୟ ଜାତୀୟ ରାଜପଥ ଲାଦେରପାଲି ଛକରୁ ଅରବିନ୍ଦ ସ୍କୁଲ ଦେଇ ୱାର୍ଡ ନଂ -୯ ବସ୍ତି କୁ ଯିବା ରାସ୍ତାର ଡାହାଣ କଡ ଏଫ୍ ସିଆଇ ଗୋଦାମ ପଛ ପାଖ ପାଚେରୀ କଡ ତଥା ସବ ରେଜିଷ୍ଟ୍ରାର ଅଫିସ କାର୍ଯ୍ୟାଳୟ ସମ୍ମ୍ୱୁଖ ରେ ଦୀର୍ଘ ବର୍ଷ ହେବ ଏକ ଗୋଷ୍ଠୀ ଶୌଚାଳୟ ତିଆରି ହୋଇ ଲୋକଙ୍କ କାମ ରେ ନଆସି ଜରାଜୀର୍ଣ୍ଣ ଅବସ୍ଥାରେ ଖତ ଖାଉଛି।ନିଇତି ଦିନରାତି ସହରାଞ୍ଚଳ ରେ ହଜାର ହଜାର ଗାଡ଼ି ମଟର,ଲୋକ ତଥା ସ୍କୁଲ କଲେଜ ପିଲା ମାନଙ୍କ ଭିଡ ଦେଖିବାକୁ ମିଳି ଥିବା ବେଳେ ଅଞ୍ଚଳର ଛକ ମାନଙ୍କରେ ପରିସ୍ରା ଗାର ଟିଏ ନଥିବା ଯୋଗୁଁ ଲୋକ କାନ୍ଥ ବାଡ ରେ କାମ ଚଳାଇ ନେଉଥିବା ବେଳେ ମହିଳା ମାନଙ୍କ କଥା ନକହିବା ଭଲ।ବାଧ୍ୟ ହୋଇ ରାସ୍ତା ଘାଟରେ ପରିସ୍ରା କରି ହଟହଟା ହିନସ୍ଥା ହେଉଛନ୍ତି। ତୁରନ୍ତ ଏଦିଗରେ ସରକାର ବାହାଦୁର ଦୃଷ୍ଟି ଦେଇ ଦୀର୍ଘ ବର୍ଷ ଧରି ଜରାଜୀର୍ଣ୍ଣ ତଥା ଖତ ଖାଉ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ତ୍ୱରାନ୍ୱିତ କରାଗଲେ ଲୋକଙ୍କ କାର୍ଯ୍ୟରେ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Also Read

Tags