ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳୀ ଓ ବେଳାଭୂମି ପରିଦର୍ଶନ କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

Pradeep Kar

ଗୋପାଳପୁର, ତା. ୨୭.୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା। ମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍‌ପି ଅଭିନବ ସୋନକର ଓ ସ୍ଥାନୀୟ ଅଧିକାରୀଙ୍କ ସହ ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳୀ ଓ ବେଳାଭୂମି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।ଏହି ଅବସରରେ ଭାବିନାରାୟଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ଲୋକଙ୍କୁ ମନ୍ତ୍ରୀ ଭେଟି ସେମାନଙ୍କ ରହିବା ବ୍ୟବସ୍ଥା, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଲୋକଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।ଏଥିସହ ସରକାରୀ ଜମିରେ ବସବାସ କରୁଥିବା ଯୋଗ୍ୟ ପରିବାରଗୁଡ଼ିକୁ ସରକାରଙ୍କ ପକ୍ଷରୁ ଗୃହ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ।ଏହି ପରିଦର୍ଶନ ସମୟରେ ରଙ୍ଗେଈଲୁଣ୍ଡା ବିଡ଼ିଓ ବିଶ୍ୱଜିତ ରାୟ, ଗୋପାଳପୁର ଏନଏସିର ନିର୍ବାହୀ ଅଧିକାରୀ ମନୋଜ ନାହାକ, ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Also Read

Tags